Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାନୀୟ ଜଳ ଓ ବିଜୁଳି କାଟ କୁ ନେଇ ରାସ୍ତା ରୋକ…ଦୁଇ ଘଣ୍ଟା ପରେ ଆଲୋଚନା କରାଯାଇ ପ୍ରତିଶୃତି ପରେ ରାସ୍ତାରୋକ ପ୍ରତ୍ୟାହୃତ

ଲକ୍ଷ୍ମୀପୁର ୨୬/୦୪ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡ଼ିଆପେଣ୍ଠ ପଞ୍ଚାୟତ ସଦର ରେ ଦୀର୍ଘ ଦଶ ଦିନ ଧରି ବିଜୁଳି  ଓ ପାନୀୟଜଳ ସମସ୍ୟାକୁ ନେଇ ସାଧାରଣ ଜନତାଙ୍କ ସମେତ ହଷ୍ଟେଲ ରେ ରହୁଥିବା ଛାତ୍ର  ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଜୁଳି ଫେଲ ଥିବା କାରଣରୁ ଅନେକ ସମସ୍ୟାରେ ଗ୍ରାମବାସୀ ଘାଣ୍ଟି ହେଉଥିଲେ।ଅନେକ ଥର ଏନେଇଁ ପ୍ରଶାସନ କୁ ଗୁହାରି ମଧ୍ୟ କରିଥିଲେ, ହେଲେ କିଛି ବି କାର୍ଯ୍ୟାନୁଷ୍ଠାନ ହେଲାନାହିଁ,ଏପରିକି ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତି ସତ୍ୱେ ପାନୀୟ ଜଳ ପାଇଁ ଗ୍ରାମବାସୀ ନଦୀ ନାଳରୁ ପାଣି ଆଣିବାକୁ ବାଧ୍ୟ ହେଉଥିଲେ।ତଥାପି ବିଜୁଳି ବିଭାଗ ମଧ୍ୟ କୌଣସି ଗୁରୁତ୍ୱ ଦେଇନଥିଲା।ଶେଷରେ ଆଜି ଗ୍ରାମବାସୀ ବାଧ୍ୟ ହୋଇ ଲକ୍ଷ୍ମୀପୁର  ଠାରୁ ଟିକିରି    କୁ  ସଂଯୋଗ  କରୁଥିବା ରାସ୍ତା   ଅବରୋଧ କରିବାକୁ  ବାଧ୍ୟ ହୋଇଥିଲେ।ଶନିବାର ଦିନ ଗ୍ରାମର ମହିଳା ମାନେ ହାତରେ ହାଣ୍ଡି ବାଲ୍ଟି ଧରି ରାସ୍ତା ଉପରେ ବସି ରହିଥିବା ଦେଖିବାକୁ ମିଳିଥିଲା।ଉକ୍ତ ରାସ୍ତା ଖଣି ଅଞ୍ଚଳ କୁସଂଯୋଗ ହେଇଥିବା ରୁ ଖବର ପାଇ  ଲକ୍ଷ୍ମୀପୁର ପୋଲିସ  ଓ  ପ୍ରଶାସନ ତୁରନ୍ତ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା।।  ବିଜୁଳି ବିଭାଗର କର୍ମଚାରୀ  ପୋଲ ପୋତି ବିଜୁଳି ତାର ସଜାଡ଼ିବା ପରେ ବିଜୁଳି ସ୍ୱାଭାବିକ ହୋଇଥିଲା, ପାନୀୟ ଜଳ ର ମରାମତି ମଧ୍ୟ ଅତିଶୀଘ୍ର କରାଯିବ ବୋଲି କୁହାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ