Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସୁଧା ଯୋଜନା କାହା ସ୍ୱାର୍ଥରେ?; ଚୁଆ ପାଣି ଭରସାରେ ବାଗଲୋରବାସୀ

ଖଡ଼ିଆଳ : କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥାକୁ ନେଇ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିଛନ୍ତି, ହେଲେ ବିଶୁଦ୍ଧ ପାନୀୟ ଜଳ ପାଇବାରେ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ବୋଡ଼େନ ବ୍ଲକର ବିଭିନ ଅଞ୍ଚଳରେ ବାଟବଣା ହେଉଛି ପାନୀୟ ଜଳ ବ୍ୟବସ୍ଥା। କେବଳ ପାଣି ଟାଙ୍କି ନିର୍ମାଣ କରି ସରକାରଙ୍କ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ କରୁଥିବା ମନେ ହେଉଛି। ଏଭଳି ଅଭିଯୋଗ ହେଉଛି ବ୍ଲକର ଉପାନ୍ତ ବୋଇର ଗାଁ ପଞ୍ଚାୟତ ଅନ୍ତର୍ଗତ ବାଗଲୋର୍ ଗ୍ରାମରୁ । ପ୍ରକାଶ ଥାଉକି, ଏହି ଗ୍ରାମରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ନେଇ ପଞ୍ଚାୟତରେ ବସୁଧା ଯୋଜନାରୁ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇଛି। ହେଲେ ନିର୍ମାଣ ସରିଲା ପରେ ମାତ୍ର କିଛି ମାସ ପାଣି ଯୋଗାଣ ହୋଇଥିଲା । ପାଖରେ ପାଣି ପାଇ ଗାଁ ଲୋକେ ଖୁସି ହୋଇଥିଲେ। କିନ୍ତୁ କିଛି ମାସପରେ ବିଭାଗୀୟ ଅଧିକାରୀ ଅବା କର୍ମଚାରୀଙ୍କ ଅବହେଳା ଯୋଗୁଁ ପାଣି ଯୋଗାଣ ବନ୍ଦ ହୋଇଯାଇଥିଲା । ସେହିଦିନ ଠାରୁ ପଞ୍ଚାୟତରୁ ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଲୁନଥିବାରୁ ଗ୍ରାମର ବୁଦ୍ଧିଜୀବୀ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କେବଳ ଠିକା ପୋସାନିତି ଅବଲମ୍ବନ କରୁଥିବା ଅନୁମେୟ ହେଉଛି । ଆଜି ବି ପିଇବା ପାଣି ପାଇଁ ହଇରାଣ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ପାଣି ପାଇପ ଗୁଡିକ ବିଭିନ୍ନ ସ୍ଥାନରେ ଭାଙ୍ଗି ଫାଟି ପଡିଥିବା ବେଳେ କିଛି ସ୍ଥାନର ପାଣି ପାଇପ ଗୁଡିକ ଉପୁଡି ପଡ଼ିଛି । ଯାହା ଫଳରେ ଲୋକେ ପାଣି ପାଇ ପାରୁନାହାଁନ୍ତି । ଯାହାଦ୍ଵାରା ମହିଳା ମାନେ ଏକ କିଲୋମିଟର ଦୂରରେ ଅସୁରକ୍ଷିତ ଭାବରେ ଥିବା ଏକ ବାହଲ ଜମିରେ କୁଅ ଖୋଳି ସେହି ପାଣିକୁ ବ୍ୟବହାର କରୁଥିବାରୁ ଅନେକ ସମୟରେ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିପ୍ରତି ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟି ଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ