ଜିରୋ ପଏଣ୍ଟ ରେ ଏବିସିଡି ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ


ସମ୍ବଲପୁର:ଆଜି ଏବିସିଡି ଚାରିଟେବଳ ଟ୍ରଷ୍ଟ ତରଫ ରୁ ହୀରାକୁଦ ଜିରୋ ପଏଣ୍ଟ ରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ଲାଷ୍ଟିକ ମୁକ୍ତ ହୀରାକୁଦ ଓ ରାମସାର କୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଟିମ ଏବିସିଡି ପଦେକ୍ଷପ ଗ୍ରହଣ କରିବା ସହ ନିଷ୍ପତ୍ତି ନେଇ ପ୍ରତି ରବିବାର ହୀରାକୁଦରେ ସ୍ୱଛତା ଓ ପ୍ଲାଷ୍ଟିକମୁକ୍ତ କରିବାପାଇଁ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ଆଜି ମଧ୍ୟ୍ୟ ଏହି ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ଶତନାମୀ ଓ ସମ୍ପାଦକ ମାସୁଦ ଆଲମ, ଶିକ୍ଷକ ସୋମ ପ୍ରକାଶ ବେହେରା ଓ ଶିକ୍ଷକ ସୁଶାନ୍ତ କେୱାର୍ଡ,ଶିକ୍ଷକ ସୁନୀଲ ସାଗର, ଅଜୟ ସାହୁ, ପରକ୍ଷିତ ମେହେର, ମୁକେଶ ମେହେର ଓ ଶିବାଶିଷ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଚତା କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।