ସୃଷ୍ଟି ହେଲା ବାତ୍ୟା; ୧୪ରେ ବାଂଲାଦେଶ-ମିଆଁମାର ମଧ୍ୟରେ ଛୁଇଁପାରେ ଉପକୂଳ; ଓଡ଼ିଶାକୁ ନାହିଁ ବାତ୍ୟା ଭୟ


ଭୁବନେଶ୍ବର: ବାତ୍ୟାର ରୂପ ନେଲା ସକ୍ରିୟ ଅବପାତ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋଚା’ । ବାତ୍ୟାର ବେଗ ଘଣ୍ଟାପ୍ରତି ୮ କିଲୋମିଟର ରହିଛି। ମୋଚା ଉତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଉଛି । ଆଜି ମଧ୍ୟରାତ୍ରି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ ମୋଚା ।

ଆସନ୍ତାକାଲି ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଇଛି। ୧୪ ତାରିଖ ପୂର୍ବାହ୍ନରେ ବାଂଲାଦେଶ-ମିଆଁମାର ମଧ୍ୟରେ ଉପକୂଳ ଛୁଇଁପାରେ ବାତ୍ୟା ମୋଚା । ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୨୦ରୁ ୧୩୦ ରହିପାରେ । ତେବେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ। ଏଥିପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇ ନଥିବା କହିଛି ପାଣିପାଗ କେନ୍ଦ୍ର।