ହୋଇନି ଦୀଘା ମନ୍ଦିର ବିବାଦର ସମାଧାନ, ପୁଣି ଜଗନ୍ନାଥ ଧାମ ପୋଷ୍ଟର ମାରିଲେ ମମତା ଦିଦି


ଓଡ଼ିଶା ଡଟ୍ ନ୍ୟୁଜ୍: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ସମାଧାନ ହୋଇ ଯାଇଥିବା ଚର୍ଚ୍ଚା ଥିଲା ମିଛି । ବିବାଦର ନା ସମାଧାନ ହୋଇଛି ନା ମମତା ବାନାର୍ଜୀ ମୁଣ୍ଡ ନୁଆଁଇଛନ୍ତି । ଦିଦି ତାଙ୍କ ଜିଦରେ ଅଟଳ ରହିଛନ୍ତି । ଆଉ ଗତକାଲି ଜଗନ୍ନାଥ ଧାମ ପୋଷ୍ଟର ହଟାଇ ଦିଆଯାଇଥିବା ବେଳେ ଆଜି ପୁଣି ଲଗାଇ ଦିଆଯାଇଛି । ଏପରିକି ପୂର୍ବ ପରି ସେଲ୍ଫି ପଏଣ୍ଟ ନିର୍ମାଣ କରାଯିବାକୁ ଯୋଜନା କରୁଛନ୍ତି ମମତା ।

ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖାଥିଲା । ୩୦ ତାରିଖ ଉଦଘାଟନ ପରେ ୧ ତାରିଖ ଦିନ ଟେଣ୍ଡ ମାଲିକ ଖୋଲି ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ହଟାଇବା ପାଇଁ ଜୋରଦାର ପ୍ରତିବାଦ ଓ ବିବାଦ ଦେଖିବାକୁ ମିଳିଥିଲା । ଏହାରି ଭିତରେ ଗତକାଲି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ମମତା ଜଗନ୍ନାଥ ଧାମ ଉଠାଇ ନେଇଥିବା ପୋଷ୍ଟ କରିଥିଲେ । କିନ୍ତୁ ପ୍ରକୃତରେ ତାହା ସ୍ଥାୟୀ ନଥିଲା, କେବଳ ଦୁଇ ଦିନ ପାଇଁ ଟେଣ୍ଡ ମାଲିକ ସେଲ୍ଫି ପାଇଁ ଲଗାଇ ଥିଲେ ।

ଦିଦି ମୁଣ୍ଡ ନୁଆଁଇ ଜଗନ୍ନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଗତକାଲି ରାତିରେ ପୁଣି ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ହୋର୍ଡିଂ ଲଗା ଯାଇଛି । ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁ ସେଲ୍ଫି ପଏଣ୍ଟ କରାଯାଇଥିଲା ପୁଣି ତାକୁ ତିଆରି ପାଇଁ ବ୍ୟବସ୍ଥା ଚାଲିଛି ।