ଭାରତର ଯୁଦ୍ଧ ପ୍ରସ୍ତୁତି: ଓଡ଼ିଶାର ୧୨ଟି ସ୍ଥାନରେ ବାଜିବ ସାଇରନ୍, ହେବ କମଡ୍ରିଲ୍


ଓଡ଼ିଶା ଡଟ୍ ନ୍ୟୁଜ୍: ପାକିସ୍ତାନ ଉପରେ ଆକ୍ରମଣ କରିବ ଭାରତ । ନେବ ପହଲଗାମ ସହ ଅତୀତର ସବୁ ନରସଂହାରର ପ୍ରତିଶୋଧ । ଏଥରର ଆକ୍ରମଣ ଏତେ ଭୟଙ୍କର ହେବ, ପାକିସ୍ତାନ ହୋଇଯିବ ଛାରଖାର । ଆଉ ସାରା ବିଶ୍ବ ଦେଖିବ ଭାରତର ଶକ୍ତି । ଏଥିପାଇ ଭାରତ ସମସ୍ତ ପ୍ରସ୍ତୁତି କରି ସାରିଛି । ପ୍ରଧାନମନ୍ତ୍ରୀ ସେନାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇ ସାରିଛନ୍ତି । କେବେ, କେଉଁଠି ଓ କେଉଁ ପରି ଭାରତୀୟ ସେନା କାଳ ସାଜି ମାଡ଼ି ଆଓିବ ସେହି ଚିନ୍ତାରେ ପାକିସ୍ତାନର ପ୍ୟାଣ୍ଟ ଓଦା ହୋଇଗଲାଣି । ଏପଟେ ପାକିସ୍ତାନର ପାଲଟା ଆକ୍ରମଣ ପାଇଁ ବି ପ୍ରସ୍ତୁତ ହେଉଛି ଭାରତ । ଏହି କ୍ରମରେ ସାରା ଦେଶରେ ସାଇରନ ବାଜିବା ସହ ମକଡ୍ରିଲ କରାଯିବ । ଆସନ୍ତାକାଲି ଏହି କମଡ୍ରିଲ ହେବ । ଓଡ଼ିଶାରେ ବି ମକଡ୍ରିଲ୍ କରାଯିବ ।

ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍ । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର ଓ ଗୋପାଳପୁରରେ ମକ୍‌ଡ୍ରିଲ କରାଯିବ । ସେହିପରି ହୀରାକୁଦ, ପାରାଦ୍ୱୀପ, ରାଉରକେଲା ଓ ଭଦ୍ରକରେ ବି ମକ୍‌ଡ୍ରିଲ୍ ହେବ । ଏହାସହ ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର ମକ୍‌ଡ୍ରିଲ୍ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଯୁଦ୍ଧ ବେଳେ ନାଗରିକମାନେ କିପରି ଆତ୍ମରକ୍ଷା କରିବେ ସେ ନେଇ ତାଲିମ ଦିଆଯିବ ।

ଏଥିର ନିର୍ଣ୍ଣାୟକ ଲଢ଼େଇ ହେବ ବୋଲି କହି ସାରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଆରପାର ଲଢ଼େଇ ପାଇଁ ଚାଲିଛି ବଡ଼ ପ୍ରସ୍ତୁତି । ମେ’ ୭ ତାରିଖରେ ବାଜିବ ସାଇରନ । ଯୁଦ୍ଧ ସମୟରେ ଯେପରି ସାଇରନ ବାଜିଥାଏ ଠିକ ସେହିପରି ଶବ୍ଦ ଶୁଣିବାକୁ ମିଳିବ । ସମସ୍ତ ରାଜ୍ୟକୁ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ୧୦ ତାରିଖ ସୁଦ୍ଧା ପୂରା ଦେଶରେ ସରିବ ମକଡ୍ରଲ୍‌ । ଏଥିରେ ସାଧାରଣ ଲୋକ ବି ସାମିଲ ହେବେ । ମେ ୭ ତାରିଖ ତଥା ବୁଧବାର ଦିନ ଏହି ମକଡ୍ରିଲ କରାଯିବ । ଯୁଦ୍ଧ ହେଲେ ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ । ଶତ୍ରୁ ଆକ୍ରମଣରୁ କିଭଳି ନିଜକୁ ସୁରକ୍ଷା କରିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ । ଅଭ୍ୟାସ ସମୟରେ ରେଡ୍ ୱାର୍ଣ୍ଣିଙ୍ଗ ସାଇରନ ବାଜିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।