ଅପରେସନ ସିନ୍ଦୂରରେ ସଫା ହୋଇଗଲା ୨୬/୧୧ ମାଷ୍ଟରମାଇଣ୍ଡ ମସୁଦ ଆଜହରର ପୂରା କରିବାର


ଓଡ଼ିଶା ଡଟ୍ ନ୍ୟୁଜ୍: ଧର୍ମ ନାଁରେ ରକ୍ତର ହୋଲି ଖେଳୁଥିବା କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହର ଆଖିରେ ଲୁହ । କାନ୍ଦ ବନ୍ଦ ହେଉ ନି କି ବିଳି ବିଳେଇ ହେବା ବନ୍ଦ ହେଉନି । ଆଉ ଗୋଟିଏ କଥା କହୁଛି, ଅପରେସନ ସିନ୍ଦୂରରେ ମୁଁ ବି ମରି ଯାଇଥିଲେ ଭଲ ହୋଇଥାନ୍ତି । କାହିଁକି ନା ଭାରତର ଅପରେସନ ସିନ୍ଦୂରରେ ମୃତ୍ୟୁର ସୌଦାଗର ମସୁଦର ପୂରା ପରିବାର ସଫା ହୋଇଯାଇଛି । ପାକିସ୍ତାନର ବାହାୱଲପୁରରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଅଜହରର ଠିକଣାକୁ ଧ୍ବଂସ କରି ଦେଇଛି ଭାରତ । ବାୟୁସେନାର ମିଜାଇଲ ମାଡରେ ମସୁଦର ବଡ଼ ଭଉଣୀ, ଭିଣୋଇ, ଭାଇ ଅବଦୁଲ ରଉଫ ଅଜହରର ପୁଅ ଓ ଝିଅ ସମେତ ପରିବାରର ୧୪ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି ।

ମୋ ପାଇଁ ମରିଯିବା ଭଲ ହୋଇଥାନ୍ତା । ପରିବାରକୁ ହରାଇବା ପରେ ଆତଙ୍କୀ ମସୁଦ ଆଜାହାର କୋହଭରା କଣ୍ଠରେ ପାକ୍ ଗଣମାଧ୍ୟମକୁ ଏକଥା କହିଛି । ଜୈଶ ଚିଫ ମସୁଦ ଭାରତର  ଆତଙ୍କୀ ଲିଷ୍ଟରେ ଏକ ନମ୍ବରରେ ରହିଛି । ବାହାୱଲପୁରସ୍ଥିତ ଜାମିଆ ମସଜିଦ ସୁଭାନ ଆଲ୍ଲାହ ପରିସର, ଯାହା ଜେଇଏମର ମୁଖ୍ୟ ତାଲିମ ଶିବିର ଥିଲା, ଭାରତୀୟ ମିଜାଇଲ ମାଡ଼ରେ ଧ୍ୱଂସ ହୋଇଯାଇଛି ।

ଶେଷରେ ଆତଙ୍କୀସ୍ଥାନର ଆତଙ୍କୀ ମାନିଛି, ଭାରତର ଆକ୍ରମଣ ଜୋରଦାର ଥିଲା । ମସୁଦ ଅଜହରର ବାହାୱଲପୁର ମସଜିଦ ନୂଆ ଆତଙ୍କବାଦୀ ସୃଷ୍ଟି, ଅର୍ଥ ସଂଗ୍ରହ ଓ ପ୍ରଶିକ୍ଷଣ ପାଇଁ ବ୍ୟବହୃତ ହେଉଥିଲା । ୧୮ ଏକର ଜମିରେ ବିସ୍ତୃତ ଏହି ଶିବିରକୁ ଉସମାନ-ଓ-ଅଲି କ୍ୟାମ୍ପସ ଭାବରେ ମଧ୍ୟ ଜଣାଶୁଣା । ଯାହା ଜେଇଏମର ନିଯୁକ୍ତି, ପାଣ୍ଠି ସଂଗ୍ରହ ଏବଂ ଶିକ୍ଷା ପାଇଁ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିଲା । ମସୁଦର ପରିବାର ଏହି ମଦ୍ରାସା ନିକଟରେ ରହୁଥିଲେ । ତେବେ ଭାରତର ଆକ୍ରମଣରୁ ଅଳ୍ପକେ ବର୍ତିଯାଇଛି ମସୁଦ । ଭାରତର ଏହି ଆକ୍ରମଣର ଜବାବ ଦେବାକୁ ମୁହଁ ଫୁଟାଣି ମାରିଛି ଅଜହର ।