Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିନ ଦିପହରେ ସୁନା ଦୋକାନରୁ ସୁନା ଝାମ୍ପିନେଲା ଦୁର୍ବୁତ୍ତ,ସିସି ଟିଭି ଦେଖି ଗୋଡ଼ାଇ ଗୋଡ଼ାଇ  ଚୋର କୁ ଧରିଲା ପୋଲିସ…

ଲକ୍ଷ୍ମୀପୁର ୧୦/୦୫ … ଲକ୍ଷ୍ମୀପୁର ରେ  ଶୁକ୍ରବାର ଦିନ ଦିନ ଦିପହରରେ ଜଣେ ସାମ୍ବାଦିକ ଙ୍କ ଘରେ ୫ ତୁଳା ରୁ ଅଧିକ ସୁନା ରୁପା ଚୋରୀ ହେବାର ୨୪ ଘଣ୍ଟା ନପୂରୁଣୁ ପୁଣି ଶନିବାର ଦିନ ଦିପହର ରେ ଏକ ସୁନା ଦୋକାନରୁ ସୁନା କିଣିବା ବାହାନା ରେ ଗ୍ରାହକ ଭାବେ ଆସି ସୁନା ଝାମ୍ପି ନେବା ଘଟଣା ଲକ୍ଷ୍ମୀପୁର ରେ ଚାଞ୍ଚଲ୍ୟ ସୃଷ୍ଠୀ କରିଛି। ସୂଚନା ମୁତାବକ ଲକ୍ଷ୍ମୀପୁର ନୁଆଁ ବସ ଷ୍ଟାଣ୍ଡ ରେ ଥିବା ରେବତୀ ସୁନା ଦୋକାନରେ ଶନିବାର ଦିନ ପ୍ରାୟ ସାଢେ ୧୧ ଟା ସମୟରେ  ଦାମନଯୋଡି ଅଞ୍ଚଳ ର ଜଣେ ଯୁବକ ଗ୍ରାହକ ବେଶ ରେ ଆସି କିଛି ସୁନା ଗହଣା ଦେଖିବାକୁ କହିଥିଲା,, ଦୋକାନ ମାଲିକ ଛନ୍ଦା ଚରଣ ସାହୁ ବିସ୍କୁଟ ସୁନା ଦେଖାଇବା ପରେ ଏହାକୁ  ଫୋନ ରେ ଫୋଟ କାଢ଼ିକି ତାଙ୍କ ପତ୍ନୀ ଙ୍କୁ ପଠାଇବି ବୋଲି କହିକି ଫୋଟ କାଢି ବାକୁ ମାଲିକ କୁ କହିଥିଲା, ମାଲିକ ତାଙ୍କ ଫୋନ ରେ ଫୋଟ କାଢ଼ିକି ମୋବାଇଲ ଫେରାଇବା ମାତ୍ରେ ସେହି ବିସ୍କୁଟ ସୁନା କୁ ଝାମ୍ପି କି ଦୌଡ଼ି ଚାଲିଯାଇଥିଲା.
ଶନିବାର ଥିଲା ଲକ୍ଷ୍ମୀପୁର ର ସାପ୍ତାହିକି ହାଟ, ହାଟ ଯୋଗୁଁ ବଜାର ଗହଳି ରହିଥିଲା, ହଠାତ ମାଲିକ ଦୋକାନ ଭିତରୁ ବାହାରି ଚୋର ଙ୍କ ପଛରେ କିଛି ଦୂର ଦୌଡ଼ି ଥିଲେ, କିନ୍ତୁ ଗାଁ ପାଖ ଜଙ୍ଗଲ ଅଞ୍ଚଳ ରେ ଦୌଡ଼ି ଯିବା ପରେ ପୋଲିସ କୁ ଖବର ଦେଇଥିଲେ, ଲକ୍ଷ୍ମୀପୁର ଏସଡ଼ି ପିଓ ବିରଞ୍ଚି ନାରାୟଣ ଜଗତ, ଆଇଆଇସି ସୁଜ୍ଞାନୀ ସାହୁ ଓ ପୋଲିସ ଟିମ ଲକ୍ଷ୍ମୀପୁର ର ଚାରିପାଖେ ସିଲ କରି ଏକ ଗାତ  ଜଙ୍ଗଲ ର ଏକ ଗାତ ଭିତରୁ ଚୋର କୁ କାବୁ କରିବାରେ ସକ୍ଷମ ହୋଇଥିଲେ।ଚୋର କୁ ଧରି ବର୍ତ୍ତମାନ ପଚରା ଉଚରା ଜାରି ରଖାଯାଇଥିବା ବେଳେ ଅଧିକ ତଦନ୍ତ ଚାଲି ଥିବା ଆଇଆଇସି ପ୍ରକାଶ କରିଛନ୍ତି।ଲକ୍ଷ୍ମୀପୁର ଦୁଇ ଦିନ ରେ ଚୋରୀ ସହ ଏପରି କ୍ରମାଗତ ଚୋରୀ ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଠୀ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ