Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଳାଭୂମି ସାହିତ୍ୟ ସଂସଦ ର ପ୍ରସ୍ତୁତି ବୈଠକ l

ଅସ୍ତରଙ୍ଗ,,ପୁରୀ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅସ୍ତରଙ୍ଗ ର ବେଳାଭୂମି ସାହିତ୍ୟ ସଂସଦ ର ପ୍ରସ୍ତୁତି ଏକ ବୈଠକ ବୁଧବାର ଦିନ ସଂସଦର ସଭାପତି ଶ୍ରୀ ଚିତ୍ତ ରଞ୍ଜନ ରଞ୍ଜନ ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ ପିର ଯାହାନିଆଁ ଙ୍କ ନିକଟରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ଆଲୋଚନା ଚକ୍ରରେ ଆଶନ୍ତା ମାଶ ରଜ ସମୟ ରେ ଶନୁଷ୍ଠାନ ର ବାର୍ଷିକ ଉତ୍ସବ ତଥା ଚଉଦ, ପନ୍ଦର ଦୁଇ ଦିନ ଧରି ଅନୁଷ୍ଠିତ ହବ ବୋଲି ନିଷ୍ପତି ନିଆଗଲା l ପ୍ରଥମ ଦିବସ ରେ ରଜ ଉପରେ କିଛି କାର୍ଯ୍ୟକ୍ରମ ମହିଳା ମାନଙ୍କ ପାଇଁ ରହିଥିବା ବେଳେ, ଶାଂସ୍କୃତିକ କାର୍ଯ୍ୟକ୍ରମ ମାନ ରହି ଅଛି l ଦ୍ୱିତୀୟ ଦିବଶ ତଥା ପନ୍ଦର ତାରିଖ ଦିନ ସାହିତ୍ୟ ଆଶର,ତଥା ଆଲୋଚନା ଚକ୍ର ସମ୍ବର୍ଦ୍ଧନା ସଭା ଆଦି ରହି ଅଛି ଓ ରଜ କୁଇନ ତଥା ଝୋଟି, ହୁଳହୁଳି, ରଜ ପାନ, ଆରିଶା ପିଠା ଆଦି ପ୍ରତିଯୋଗୀ ତାରେ ଯେଉଁ ମାନେ ଭାଗ ନେଇଥିବେ ସେମାଙ୍କ ମଧ୍ୟରୁ ପ୍ରଥମ ଦ୍ୱିତୀୟ ତୃତୀୟ ଙ୍କୁ ମଧ୍ୟ ସମ୍ମାନୀତ କରିଯିବ ବୋଲି ସଂସଦ ର ସମ୍ପାଦକ ବରିଷ୍ଠ ସାମ୍ବାଦିକ ଶ୍ରୀ ଦୁଃସାଶନ ନାୟକ ପ୍ରକାଶ କରିଛନ୍ତି l ସମସ୍ଥ କାର୍ଯ୍ୟକ୍ରମ ର ତଦାରଖ ଓ ମନିଟରିଙ୍ଗି କରିବା ପାଇଁ ବ୍ୟଙ୍ଗ କବି ସ୍ରମ୍ପଦ ରଥ, ସଂଯୋଜକ ଶୋଭାକାର ବେହେରା, ରମେଶ ସାହୁ, ସରପଞ୍ଚ ଖିରୋଦ କାଣ୍ଡି, ପ୍ରତାପ ନାୟକ, ବିଚିତ୍ର ବିଶ୍ୱାଳ ପ୍ରମୁଖ ରହିଛନ୍ତି lଏହି ବୈଠକରେ ଶିକ୍ଷକ ହୃଦାନନ୍ଦ ଶାସମଲ, ତ୍ରିଲୋଚନ ବିଶ୍ବାଳ, ସାମ୍ବାଦିକ ଆର୍ତତ୍ରାଣ ମହାନ୍ତି, ବିଦେଶୀ ବିଶ୍ବାଳ, ଟୁକୁ ବେହେରା, ସୁଶାନ୍ତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଅଲୋଚନାରେ ଭାଗ ନେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ