Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘର ଆଜବେଷ୍ଟ ପଡି ଦୁଇ ଆହତ ନାବାଳିକାର ମୁଣ୍ଡ ଫାଟିଲା ଓ ମାଆ ଆହାତ

ଲକ୍ଷ୍ମୀପୁର ୧୫/୦୫/୨୫
ଗତକାଲି ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗକୁ ଦେଖି ଯିଏ ଯୋଉଠି ପାରିଲା ଅଟକି ଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ବର୍ଷା ତାର କରାଳ ରୂପ ଦେଖାଇ ଧୀରେ ଧୀରେ କମି ଆସିଥିଲା ହେଲେ ରାତି ସାରା ଟୁପୁର ଟାପୁର ଚାଲିଥିଲା। ଏଥିରେ ବିରିଗୁଡା ଗ୍ରାମରେ ଏକ ଅଘଟଣ ଘଟିଥିଲା।ଗ୍ରାମର ନାଭି ମିଣିଆକାଙ୍କ ନାବାଳିକା ଝିଅ ଅନୁ ମିଣିଆକା ନିଜ ମାଙ୍କ ସହିତ ରାତିରେ ସୋଇ ଥିବା ବେଳେ ଘର ଉପର ଆଜବେଷ୍ଟ ଭାଙ୍ଗି ତଳକୁ ଖସି ପଡିଥିଲା। ଫଳରେ ଆଜବେଷ୍ଟ ପଡି ଅନୁଙ୍କ ମୁଣ୍ଡରେ ଗଭୀର ଆଘାତ ହେବା ସହ ତାଙ୍କ ମା ସାମାନ୍ୟ ଆହତ ହୋଇଥିବା ବେଳେ ଦୁହେଁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିଲେ।ଏନେଇ ସମ୍ପର୍କୀୟ ଲୋକେ ରାତିରେ ଅନୁକୁ ୧୨ କିଲୋମିଟର ଦୂର ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରଥମିକ ଚିକିତ୍ସା କରାଇ ଘରକୁ ଆଣିଥିଲେ।
ପ୍ରକାଶ ଥାଉକି ବିରିଗୁଡା ଗ୍ରାମ ଠାରୁ ଲକ୍ଷ୍ମୀପୁର ସ୍ୱାସ୍ଥ୍ୟ କେନ୍ଦ୍ର ୧୨ କିଲୋମିଟର ଦୂରରେ ଥିବାରୁ ଅଞ୍ଚଳ ବାସୀ ରୋଗ ବୈରାଗ ସମୟରେ ଯିବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖି ଗତ ଦୁଇମାସ ତଳେ ଆଦିତ୍ୟ ବିର୍ଲା କମ୍ପାନୀ ତରଫରୁ ବିରିଗୁଡା କଲନି ଠାରେ ଏକ ଅସ୍ଥାୟୀ ଆରୋଗ୍ୟ କେନ୍ଦ୍ରର ଶୁଭ ଉଦଘାଟନ କରାଯାଇଥିଲା।ହେଲେ ତାହା କେବଳ ନାମକୁ ମାତ୍ର। କେବଳ ଲୋକଙ୍କୁ ଭୁଆଁ ବୁଲାଇ ସେମାନଙ୍କ ଠାରୁ କାମ ହାସଲ କରିବା ପାଇଁ ଆରୋଗ୍ୟ କେନ୍ଦ୍ର ଏକ ମାଧ୍ୟମ ବୋଲି ଅଭିଯୋଗ ହୋଇଛି। ଯଦି ଗତ କଲି ଆରୋଗ୍ୟ କେନ୍ଦ୍ର ଖୋଲା ଯାଇ ଥାନ୍ତା ତେବେ ଗରିବ ପରିବାରକୁ ବର୍ଷା ରାତିରେ ଏତେ ଦୂର ଯିବାକୁ ପଡ଼ିନଥାନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ