Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରପାତ ରେ ୮ ଛେଳି, ୫ ଗୋରୁ ମୃତ୍ୟୁ

ଲକ୍ଷ୍ମୀପୁର ୧୬/୦୫…. ଲକ୍ଷ୍ମୀପୁର ବ୍ଲକ ପରଡିଗୁଡା ଗାଁ ରେ ଶୁକ୍ରବାର ମଧ୍ୟାହ୍ନ ରେ ୩ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ବାରିଗାଁ ପାହାଡ଼ ଉପରେ ବଜ୍ର ପାତ ଯୋଗୁଁ ୮ଟି ଛେଳି ଓ ୨ ଟି ବଳଦ ର ମୃତ୍ୟୁ ହୋଇଛି। ମୃତ ଛେଳି ଓ ବଳଦ ଗୁଡିକ ବାରିଗାଁ ର ସମ୍ବଡ଼ ମିନିଆକା ର ବୋଲି ଜଣାପଡିଛି. ସେହିପରି ବିଷମପୁର ଗାଁ ରେ ବଜ୍ରପାତ କାରଣରୁ ୩ଟି ଗୋରୁ ର ମୃତ୍ୟୁ ହୋଇଛି।ଖବର ପାଇ ଲକ୍ଷ୍ମୀପୁର ପ୍ରାଣୀଧନ  ନିରୀକ୍ଷକ ମନୋଜ ବେହେରା, ଏଲ ଆଇ ରବିନାରାୟଣ ସାହୁ ଓ ଟିମ ଘଟଣା ସ୍ଥଳରେ ପହଂଚି ଗାଈ ଗୋରୁ ଛେଳି ର ବ୍ୟବଛେଦ କରାଇବା ସହ କ୍ଷତିପୂରଣ ସକାଶେ ତହସିଲଦାର ଙ୍କୁ ରିପୋର୍ଟ ପଠାଇଥିବା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ