Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଟର ସାଇକେଲ ରୁ ପଡି ତିନି ଆହତ, କୋରାପୁଟ ସ୍ଥାନାନ୍ତର ହେଲେ ଜଣେ…

ଲକ୍ଷ୍ମୀପୁର ୧୮/୦୫ .. ଲକ୍ଷ୍ମୀପୁର ବ୍ଲକ କେସକାପାଡ଼ି  ମେଡିକାଲ ନିକଟରେ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହେବାରୁ ତିନିଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ତିନିଜଣ ଯାକ ଛିଟକି ପଡିରହିଥିବା ବେଳେ ସେଠାକାର ଲୋକେ ସେମାନଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଚ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। ଆହତ ମାନଙ୍କ ମଧ୍ୟରୁ ରଞ୍ଜନ ମାଣ୍ଡିଙ୍ଗା ଗୁରୁତ୍ୱର ଥିବାରୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ଏସଏଲଏନ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସରୋଜ ମାଣ୍ଡିଙ୍ଗା ଓ ପିଣ୍ଟୁ ମାଣ୍ଡିଙ୍ଗା ଲକ୍ଷ୍ମୀପୁର ଡାକ୍ତରଖାନା ରେ ଚିକିଶ୍ଚିତ ହେଉଛନ୍ତି। ସମସ୍ତ ଆହତ ଙ୍କ ଘର ଭିତରଗୁଡା ଗାଁ ବୋଲି ଜଣାପଡିଛି।ଗାଁ ର ଅନେକ ଲୋକ କେସକାପାଡ଼ି  ଗାଁ ରେ ପହଂଚି ଏକ ଭୋଜି ରେ ଯୋଗ ଦେଇ, ଭୋଜି ଖାଇ ଫେରିବା ବାଟରେ ମୋଟର ସାଇକେଲ ଦୁର୍ଘଟଣା ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ