ଅସ୍ତରଙ୍ଗ,, ପୂରୀ ଜିଲ୍ଲା ର ଅସ୍ତରଙ୍ଗ ବ୍ଲକ ଅଧିନ ପୀର ଯାହାନିଆଁ ବେଳାଭୂମିର ବିକାଶ ଲାଗି ସୋମବାର ଦିନ ପୂରୀ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ପ୍ରିୟରଞ୍ଜନ ପୃଷ୍ଟି ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳି ପିର ବେଳାଭୂମି ପରିଦର୍ଶନ କରିଛନ୍ତି. l ଏହି ପ୍ରତିନିଧି ମଣ୍ଡଳୀରେ କାକଟପୁର ବ୍ଲକ ବି ଡି ଓ ବିଷ୍ଣୁ ଗୋବିନ୍ଦ, ଅସ୍ତରଙ୍ଗ ବ୍ଲକ ବି ଡି ଓ, ସସ୍ମିତା ବେହେରା, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି,ପୋଲିସ ଅଫିସର ଅନିରୁଦ୍ଧ ଜାଲି,ଅସ୍ତରଙ୍ଗ ବ୍ଲକ ପଞ୍ଚଯାତ ଅଧିକାରୀ, କନିଷ୍ଠ ଯନ୍ତ୍ରି, ପ୍ରମୁଖ ଶାମିଲ ଥିଲେ l ସମୁଦ୍ର କୁଳ, ବଣଭୋଜି ସ୍ଥଳ, ପାନୀୟ ଜଳ ପ୍ରକଳ୍ପ, ଶୌଚାଳୟ ଆଦି ପ୍ରତିନିଧି ମଣ୍ଡଳୀ ବୁଲି ଦେଖିଥିଲେ l ଆଗାମୀ ଦିନରେ ଏହି ବେଳାଭୂମିରେ ବହୁବିଧ ଉର୍ନ୍ନତି ହେବା ସହ, ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଠ କଲାଭଳି କାର୍ଯ୍ୟକ୍ରମ ମାନ ସରକାର ହାତକୁ ନେବେ ବୋଲି ପ୍ରକଳ୍ପ ଅଧିକାରୀ,ମହୋଦୟ ପ୍ରକାଶ କରିଥିଲେ l
ପର୍ଯ୍ୟଟନ ଭିତିଭୂମି ର ବିକାଶ ଲାଗି ପ୍ରକଳ୍ପ ନିର୍ଦ୍ଧେଶକ ଙ୍କ ସମୀକ୍ଷା
