Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ଶିକ୍ଷକ,କାଲିକୃଷ୍ଣ ସଙ୍ଘ ର ସଦସ୍ୟ କଳ୍ପତରୁ ଦାଶ ଙ୍କ ପରଲୋକ।

କଳାହାଣ୍ଡି:୨୫/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ବାସିନ୍ଦା କଳ୍ପତରୁ ଦାସ (୮୦ବର୍ଷ )ବୟସରେ ରବିବାର ପୈତୃକ ବାସଭବନରେ ପରଲୋକ ଗମନ ହୋଇଛି। ସେ ଜଣେ ଛାତ୍ର ବତ୍ସଳ, ଆଦର୍ଶ, ନିଷ୍ଠାପର ମେଳାପୀ ଶିକ୍ଷକ ଭାବେ ସୁନାମ ଅର୍ଜନ କରିଥିଲେ।ସେହିପରି ସେ କାଳୀକୃଷ୍ଣ ସଂଘର ପୁରାତନ ଶିଷ୍ୟ, ସକ୍ରିୟ ସଦସ୍ୟ, ବରିଷ୍ଠ ଆଚାର୍ଯ୍ୟ, ଝରିଆଗୁଡା ଶାଖା ସଂଘର ସଭାପତି ଭାବରେ ଅତ୍ୟନ୍ତ ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିଲେ। ଶିକ୍ଷକତା ଜୀବନରେ ଯେମିତି ସୁନାମ ଅର୍ଜନ କରିଥିଲେ ସେମିତି ଆଧ୍ୟାତ୍ମିକ ଜୀବନରେ ମଧ୍ୟ ସେ ଜଣେ ଅମାୟିକ, ମେଳାପି, ସମସ୍ତଙ୍କ ପ୍ରିୟପାତ୍ର ହୋଇଥିଲେ। ତାଙ୍କର ଆତିଥେୟତାରେ ସମସ୍ତ ମୁଗ୍ଧ ହେଉଥିଲେ। ଏମତି ଏକ ଗୁରୁପ୍ରେମୀ, ସଂଘପ୍ରେମୀ ସଦଜନଙ୍କ ରିକ୍ତ ସ୍ଥାନ ଅପୂରଣୀୟ ହେଇ ରହିବ।ସେ ସଂଘର ଆଚାର୍ଯ୍ୟ ଶ୍ରୀ ଦୟାନନ୍ଦ ଓ ପୁସ୍ତାକାଚାର୍ଯ୍ୟ ଶ୍ରୀ ଅଭୟାନନ୍ଦଙ୍କ ପିତା ଅଟନ୍ତି।ତାଙ୍କର ବିୟୋଗରେ ସଂଘ ପରିଚାଳକ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।ସଂଘର ବେଦବ୍ରହ୍ମା ଅମର ଆତ୍ମାର ସଦଗତି କାମନା କରିଛନ୍ତି। କାଳୀକୃଷ୍ଣ ସଂଘ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ