ମହିଳା ସମାଜସେବୀ ଙ୍କ ଦ୍ୱାରା  ମାଗଣା ସ୍ଵାସ୍ଚ୍ୟ ଶିବିର, ୭୪ ଜଣଙ୍କ ର କରାଗଲା ଚକ୍ଷୁ ପରୀକ୍ଷା…


ଲକ୍ଷ୍ମୀପୁର ୨୫ /୦୫ …କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ର ଚିଲିଶଙ୍ଖା ଗାଁ ବିଦ୍ୟାଳୟ ରେ ନାରୀ ସମାଜ ସେବି ସଙ୍ଗୀତା ମିଶ୍ରଙ୍କ ନେତୃତ୍ୱରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଵାସ୍ଚ୍ୟ ଶିବିର ରେ ଅଞ୍ଚଳ ର ୭୪ ଜଣ ଗରିବ ଲୋକଙ୍କ ର ଚକ୍ଷୁ ଓ ରକ୍ତ ନମୁନା ପରୀକ୍ଷା କରାଯାଇ ସେମାନ ଙ୍କୁ  ମାଗଣା ରେ ଔଷଧ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଯେଉଁମାନଙ୍କ ର ଚକ୍ଷୁ ଖରାପ ରହିଛି ସେମାନଙ୍କୁ
ଅସ୍ତ୍ରପଚାର କରାଯାଇ ମାଗଣାରେ ଚଷମା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି।କୋରାପୁଟ ର ପୂର୍ବତନ ସାଂସଦ ଝିନ ହିକକା ଓ ଲକ୍ଷ୍ମୀପୁର ଡାକ୍ତରଖାନା ର ଇନଚାର୍ଜ   ଡାକ୍ତର ନବକିଶୋର କୁଣ୍ଡୁ ଶିବିର ରେ ଯୋଗ ଦେଇ ଶ୍ରୀମତୀ ମିଶ୍ର ଙ୍କ ର ଏପରି ମାଗଣା ସ୍ୱାସ୍ଥ୍ୟ ଶିବିର କୁ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମ ର ଶେଷ ଭାଗରେ ପ୍ରତ୍ୟେକ ରୋଗୀଙ୍କୁ ବିସ୍କୁଟ ଓ ମୃଦ୍ୟୁ ଥଣ୍ଡା ପାନୀୟ ମଧ୍ୟ ବଣ୍ଟନ କରା ଯାଇଥିଲା। ବ୍ଲକ ର ଅପହଞ୍ଚ ଅଂଚଳ ରେ ପ୍ରତ୍ୟକ ମାସରେ ଏପରି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି କୁହାଯାଇଛି।ରୋଗୀ ଙ୍କ ଚକ୍ଷୁ ପରୀକ୍ଷା ସମେତ ଅନେକ କାର୍ଯ୍ୟ ନାରାୟଣ ମାଝୀ , ହିରା ମାଣ୍ଡିଙ୍ଗା, ସୁରୁଚି ମଣି ଖରା, ରଞ୍ଜନ ମିନିଆକା ଙ୍କ ସମେତ ଡାକ୍ତରଖାନା କର୍ମଚାରୀ ମାନେ କରିଥିଵା ବେଳେ ଆଶା କର୍ମୀ, ସ୍ଵାସ୍ଚ୍ୟ କେନ୍ଦ୍ର ର କର୍ମଚାରୀ ଓ ବିଦ୍ୟାଳୟ ର ଶିକ୍ଷକ ସହଯୋଗ କରିଥିଲେ।