Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ମାନଙ୍କ  ଦ୍ୱାରା ସାବିତ୍ରୀ ଓଷା ପାଳିତ..

ଲକ୍ଷ୍ମୀପୁର ୨୬/୦୫ ….ଆଜି ପବିତ୍ର ସାବିତ୍ରୀ ଓଷା ,
ସାବିତ୍ରୀ ଓଷା ହିନ୍ଦୁ ଧର୍ମର ଏକ ମୁଖ୍ୟ ପର୍ବ। ଏହି ପବିତ୍ର ଓଷା କୁ ସଧବା ନାରୀ ମାନେ ପାଳନ କରିଥାନ୍ତି।ଓଡ଼ିଶାର ପୁର ପଲ୍ଲୀ ରେ ଏହି ଓଷା ପାଳିତ ହୋଇ  ଆସୁଥିବା ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ମଧ୍ୟ ସାମୁହିକ ଭାବେ ମହିଳା ମାନେ ଏକତ୍ରିତ ହୋଇ ପୂଜା କରିଛନ୍ତି।
ସାବିତ୍ରୀ ଓଷା  ଜ୍ୟେଷ୍ଠ ମାସର ଶୁକ୍ଲପକ୍ଷ ତୃତୀୟା ଅମାବାସ୍ୟା ତିଥି ରେ ପାଳନ କରାଯାଇଥାଏ। ସଧବା ମହିଳା ମାନେ ନିଜ ସ୍ୱାମୀ ଙ୍କ ର ଦୀର୍ଘାୟୁ ଜୀବନ ଓ ସୁଖ ସମୃଦ୍ଧି କାମନା କରି  ପୂଜା କରିଥାନ୍ତି।ବିଶେଷ କରି ଆଜିର ଦିନ ରେ
ଲକ୍ଷ୍ମୀ ନାରାୟଣ ଙ୍କ ଅବତାର ସ୍ୱରୂପ ସାବିତ୍ରୀ ଓ ସତ୍ୟବାନ ଙ୍କ ମୂର୍ତି ରେ ପୂଜାର୍ଚନା କରାଯାଇ ସ୍ୱାମୀ ଙ୍କ ଦୀର୍ଘାୟୁ କାମନା କରିଥାନ୍ତି।ଲକ୍ଷ୍ମୀପୁର ବ୍ଲକ ସଦର ରେ ସାବିତ୍ରୀ ରଥ ଙ୍କ ଘରେ ଗାଁ ରେ ମହିଳା ମାନେ ସାମୁହିକ ଭାବେ ଏକତ୍ରିତ ହୋଇ ହଳଦୀ ଓ ଅଁଳା ରେ ତିଆରି   ଲକ୍ଷ୍ମୀ ନାରାୟଣ ଙ୍କ ମୂର୍ତି  ରେ ପୂଜା କରିବା ସହ ଜଣେ ଅନ୍ୟ ଜଣେ ମହିଳା ଙ୍କ ମଥାରେ ସିନ୍ଦୁର ଲଗାଇ ସିନ୍ଦୁର ର ଦୀର୍ଘାୟୁ କାମନା କରିଥିଲେ। ପ୍ରଥା ଅନୁଯାୟୀ ଆଜିର ଦିନ ରେ ସତୀ ସାବିତ୍ରୀ ନିଜର ପରଲୋକ ପ୍ରାପ୍ତ ହୋଇଥିବା ସ୍ୱାମୀ ସତ୍ୟବାନ ଙ୍କୁ ତାଙ୍କ ସତୀତ୍ୱ ବଳ ରେ ଲକ୍ଷ୍ମୀ ନାରାୟଣ ଙ୍କୁ ପୂଜା କରି ଯମ ଙ୍କ ଠାରୁ ତାଙ୍କ ସ୍ୱାମୀ ଙ୍କ ଜୀବନ ଫେରି ପାଇଥିଲେ, ତେଣୁ ଆଜିର ଦିନ କୁ ସଧବା ମହିଳା ମାନେ ସାବିତ୍ରୀ ଓଷା କରିଥାନ୍ତି।
ଆଜିର ଦୁନିଆ ରେ କିନ୍ତୁ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ଅନେକ ଫାଟ ସୃଷ୍ଠୀ ହେଉଛି, ତେଣୁ ତ୍ୟାଗ ଓ ସମର୍ପଣ ଉଭୟ ଙ୍କ ମଧ୍ୟ ରେ ଯେତିକି ସହାନଶିଳତା ରେ ରହିବ ସମ୍ପର୍କ ସେତିକି ସୁଦୃଢ ରହିବ ବୋଲି  ସମାଜ ସେବୀ ସଂଗୀତା ମିଶ୍ର ପ୍ରକାଶ କରିଛନ୍ତି।ମହିଳା ମାନେ ଶେଷରେ ତୁଳସୀ ଗଛ ରେ ପୂଜା କରିବା ସହ ସ୍ୱାମୀ ଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ