Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ କୁ ତାଲା ପକାଇଲେ ବିଧାୟକ

ଲକ୍ଷ୍ମୀପୁର ୨୬/୦୫…କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରର ଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ରେ ତାଲା ପକାଇଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା,,
କହିଲେ ଅପମିଶ୍ରଣ ମଦ ଲୋକ ଙ୍କ ପାଇଁ କ୍ଷତିକାରକ ହଉଛି, ଲକ୍ଷ୍ମୀପୁର ନିର୍ଵାଚନ ମଣ୍ଡଳି ର ନାରାୟପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁର ବ୍ଲକରେ ପ୍ରଚୁର ପରିମାଣ ରେ ଦେଶୀ ଓ ବିଦେଶୀ ମଦ ବିକ୍ରୟ କାରଣରୁ ଲୋକଙ୍କ ଘର ଭାଙ୍ଗି ଯାଉଛି, ମହିଳା ମାନେ ଅଶାନ୍ତି ରେ ରହୁଛନ୍ତି, ମଦ ଦୋକାନୀ ମାନେ ସରକାର ଙ୍କ ନିୟମ କୁ ମାନୁ ନାହାନ୍ତି, ଗୁଡ଼, ୟୁରିଆ ଓ
ଏମୋନିଆ ମିଶ୍ରଣ  କରି ବିଷାକ୍ତ ଦେଶୀ ମଦ ତିଆରି କରୁଛନ୍ତି, ସେହି ମଦ ପିଇ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ତେଣୁ ୪ ଟି ବ୍ଲକରେ ସମ୍ପୂର୍ଣ ମଦ ବନ୍ଦ କରିବା ସକାଶେ ଅବକାରୀ ପ୍ରିନ୍ସିପାଲ ସେକ୍ରେଟାଏରୀ ଓ ଜିଲ୍ଲା ଅବକାରୀ ନିରୀକ୍ଷକ ଙ୍କୁ ଚିଠି ଲେଖିଲି,, କେହି ଶୁଣିଲେ ନାହିଁ,, ଅଞ୍ଚଳ ର ଲୋକେ ବାରମ୍ବାର କହିବା ପରେ ମଦ ବନ୍ଦ କରିବା ସକାଶେ ଦୋକାନ ମାନଙ୍କ ରେ ତାଲା  ପକାଇବାକୁ ବାଧ୍ୟ ହେଲି ବୋଲି ବିଧାୟକ ପବିତ୍ର ସାଉଁତା କହିଛନ୍ତି।.
ସରକାର ରାଜସ୍ବ ପାଇବେ ମଦ ରୁ ଠିକ ଅଛି,, କିନ୍ତୁ ମଦ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କା ତାଙ୍କ ପରିବାର କୁ ଦେବେକି ବୋଲି ସେ ପ୍ରଶ୍ନ କରିଛନ୍ତି…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ