Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣିଗାରେଡି ସନ୍ଦେହ ରେ ବୄଦ୍ଧଙ୍କୁ ହତ୍ୟା ଘଟଣା,୧୦ଦିନ ପରେ ଅଭିଯୁକ୍ତ ଗୋଆରୁ ଗିରଫ,ସିନ ରିକ୍ରିଏସନ କଲା ଅଭିଯୁକ୍ତ।

କଳାହାଣ୍ଡି:୨୮/୦୫ ଗୁଣିଗାରେଡି ସନ୍ଦେହ ରେ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଦେପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଗତ ୧୮ ତାରିଖ ଦିନ ଗୁଣି ଗାରେଡି କୁ ନେଇ ଦେପୁର ଗ୍ରାମର ଲିଙ୍ଗରାଜ ମାଝୀ(୨୨) ଯୁବକ, ସେହି ଗ୍ରାମର ୬୫ ବର୍ଷ ର ବୄଦ୍ଧ ରୂପସିଂ ମାଝୀ ଙ୍କୁ ପଞ୍ଚାୟତ ଗୄହ ଠାରେ ହତ୍ୟା କରିଥିଲା,ପରେ ଶବକୁ କାନ୍ଧ ରେ ବୋହି ଗାଁ ପୋଖରୀ କୁ ନେଇ ମୁଣ୍ଡ ଓ ଗଣ୍ଡି ଅଲଗା କରି ପୋଖରୀ ରେ ଫିଙ୍ଗି ଫେରାର ହୋଇଯାଇଥିଲା। ଏନେଇ ମୄତକ ରୂପସିଂ ମାଝୀ ଙ୍କ ପରିବାର ଲୋକେ କଲମପୁର ଥାନା ରେ ଗତ ୨୦ ତାରିଖରେ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ ଦେବାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ପୂର୍ବରୁ ଗ୍ରାମ ର ଲିଙ୍ଗରାଜ ମାଝୀ ଗୁଣି ଗାରେଡି କୁ ନେଇ ବୃଦ୍ଧ ଙ୍କୁ ଜୀବନ ରେ ମାରି ଦେବାକୁ ଧମକ ଦେଇଥିବା ବେଳେ ଅନ୍ୟପଟେ ଲିଙ୍ଗରାଜ ଗାଁ ରୁ ଫେରାର ଥିବା ସନ୍ଦେହ କରି ପୋଲିସ ଏକ ଟିମ ଗଠନ କରି ଫେରାର ଥିବା ଲିଙ୍ଗରାଜ ମାଝୀ କୁ ଗୋଆରୁ ଗିରଫ କରି ଆଣିଥିଲା। ପରେ ଅଭିଯୁକ୍ତ ସତ ସ୍ବିକାର କରି କ୍ରାଇମ ରିକ୍ରିଏସନ ସମୟରେ ଘଟଣା ସ୍ଥଳକୁ ଯାଇ ଗୋଟିଗୋଟି କରି ସତ ଓଗାଳିଥିଲା । ଜୁନାଗଡ,ଜୟପାଟଣା, କଲମପୁର ଥାନା ପୋଲିସ ସମେତ ବଲାଙ୍ଗୀର ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ଙ୍କ ସହାୟତା ରେ ପୋଖରୀ ମଧ୍ୟରୁ ମୄତକ ରୂପସିଂ ର ଗଣ୍ଡି କୁ ଉଦ୍ଧାର କରାଯାଇଛି।ତେବେ ମୃତକ ଙ୍କ ମୁଣ୍ଡ ମିଳିନାହିଁ। ପୁଲିସ ଘଟଣା ର ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ