Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ସମିତି ବୈଠକ ଡକାଯାଉନଥିବା ଅଭିଯୋଗ; ଗୋପାଳପୁର ବିଧାୟକଙ୍କ ପ୍ରତିନିଧିଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଗୋପାଳପୁର; ରଙ୍ଗେଇଲୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ଦ୍ବିତୀୟ ସମିତି ବୈଠକ ଆୟୋଜନ କରାଯାଉ ନଥିବା ନେଇ ଦିନ ମମ୍କୁ ଦିନ ଅସନ୍ତୋଷ ବଢିବାରେ ଲାଗିଥିବାବେଳେ ଆଜି ଗୋପାଳପୁର ବିଧାୟକଙ୍କ ପ୍ରତିନିଧି ବାଲ୍ୟରାମ ଦଳାଇ ଙ୍କ ନେତୃତ୍ବରେ କିଛି ରାଜନୈତିକ ବ୍ୟକ୍ତି ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ରଙ୍ଗେଇଲୁଣ୍ଡା ବ୍ଲକ ବିଡ଼ିଓ ବିଶ୍ବଜିତ ରାୟ ଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର ପାଇବାର ପନ୍ଦର ଦିନ ମଧ୍ୟରେ ସମିତି ବୈଠକ ଡକାଯାଉ ବୋଲି ଦାବିପତ୍ରରେ ଦର୍ଶାଯାଇଥିବା ସହ ବୈଠକ ଡକାନଗଲେ ଏହାର ପ୍ରତିବାଦରେ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ରରେ ଦର୍ଶାଯାଇଛି । ଅଭିଯୋଗ ଅନୁଯାୟୀ ଗତ ୨୦୨୨ ମେ ମାସରେ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଆଜିଯାଏଁ ଆଉ ଦ୍ଵିତୀୟ ବୈଠକ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯାହାଫଳରେ ପଞ୍ଚାୟତ ସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ପାରୁନାହିଁ। ତେଣୁ ଦାବିପତ୍ର ପାଇବାର ପନ୍ଦର ଦିନ ମଧ୍ୟରେ ସମିତି ବୈଠକ ଡକାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦିପ ସେନା ସଭାପତି ଏନ୍ ଗଙ୍ଗାଧର ପାତ୍ର,ପ୍ରତାପ ଚନ୍ଦ୍ର ମିଶ୍ର, ପୁର୍ଣ୍ଣ ଚନ୍ଦ୍ର ବେହେରା, ନିତ୍ୟାନନ୍ଦ ମହାନ୍ତି,ଏମ ଧର୍ମାରାଜୁ, କେ ହୃଷିକେଶ ରେଡ୍ଡୀ, ସୁନିଲ୍ କୁମାର୍ ବେହେରା ,ପ୍ରଭାତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ଅନୁରୂପ ଭାବେ ବିଜେପି ପକ୍ଷରୁ ମଧ୍ୟ ସମିତି ବୈଠକ ଅନୁଷ୍ଠିତ କରିବାକୁ ଦାବିପତ୍ର ପ୍ରଦାନ ପୂର୍ବକ ବୈଠକ ତୁରନ୍ତ ଡକାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।ଦେଖାଯାଉ ବ୍ଲକ ପ୍ରଶାସନ ପକ୍ଷରୁ ଦ୍ବିତୀୟ ସମିତି ବୈଠକ କେବେ ଡକାଯାଇ ପଞ୍ଚାୟତ ପ୍ରତିନିଧିଙ୍କ ଠାରେ ସେମାନଙ୍କ ପଞ୍ଚାୟତ ର ବିଭିନ୍ନ ଅଭାବ ଅସୁବିଧା ନେଇ ଆଲୋଚନା କରିବେ ବୋଲି ସାଧାରଣରେ ଆଲୋଚନା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories