ସିବିଏସଇ ପରୀକ୍ଷାରେ କୋଶଲ ସ୍କୁଲର ଶତପ୍ରତିଶତ ସଫଳତା


ଅତାବିରା : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ( ସିବିଏସଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହୋଇଛି l ଏଥିରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ନୁଆଁ ଖଇରପାଲି ସ୍ଥିତ କୋଶଳ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଛାତ୍ର ଶତପ୍ରତିଶତ ସଫଳତା ଅର୍ଜନ କରିଛନ୍ତି l ବିଦ୍ୟାଳୟ ର 146 ଜଣ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ 118 ଜଣ ପ୍ରଥମ,,18 ଜଣ ଦ୍ଵିତୀୟ ଓ 10 ଜଣ ତୃତୀୟ ସ୍ଥାନ ଅଧିକାର କରି ଫଳାଫଳକୁ ଶତପ୍ରତିଶତ ରଖି କୋଶଲ ସ୍କୁଲ ର ଗର୍ବ କୁ ଗୌରାନ୍ମିତ କରିଛନ୍ତି l ସ୍କୁଲ ର ଛାତ୍ରୀ ପ୍ରାଞ୍ଜଳ ମହାକୁର 96.2% ମାର୍କ ରଖି ବିଦ୍ୟାଳୟ ଟପର ହୋଇଥିବା ବେଳେ ଯେଶିକା ବେହେରା, ଆଲ୍ଲା ଶିରିଶା, ତାପସ ଦାଶ, ସଞ୍ଜନା ମେହେର, ପ୍ରୀତମ ମାଝି, ଶ୍ରୀଷ୍ଟି ସିଂ, ବର୍ଷା ପଟେଲ, କିଶନାନନ୍ଦ ଦାଶ, କେ. ଶ୍ରୀନିବାସ ଓ ହେମାଙ୍ଗିନୀ ଓରାମ 90 ପ୍ରତିଶତ ରୁ ଅଧିକ ମାର୍କ ରଖିଛନ୍ତି l ଛାତ୍ରୀଛାତ୍ର ଙ୍କ ଏହି ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ବେହେରା, ନିର୍ଦ୍ଧେଶିକା ନଳିନୀ ପଟ୍ଟନାୟକ, ସହ ନିର୍ଦ୍ଧେଶିକା ମଧୁ ପଟ୍ଟନାୟକ, ଉପାଧ୍ୟକ୍ଷା ତଥା ବରିଷ୍ଠ ଶିକୟିତ୍ରୀ ଜୋତ୍ସ୍ନାରାଣୀ ରାଉତରାୟ ଅଭିନନ୍ଦନ ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି l