Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ,ଲକ୍ଷ୍ମୀପୁର ୩୧/୦୫

ଲକ୍ଷ୍ମୀପୁର ୩୧/୦୫
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରେ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ନାହାକଙ୍କ ପରିଚାଳନା ଦ୍ୱାରା ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେବିକେ ର ବୈଜ୍ଞାନିକ ବିନୋଦ ଚନ୍ଦ୍ର ବେହେରା ଯୋଗ ଦେଇ ବୈଜ୍ଞାନିକ ପ୍ରଣାଳୀରେ ଉନ୍ନତମାନର ଚାଷ ବିଷୟରେ ସୂଚନା ପ୍ରଦାନ କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ
ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି,ଲକ୍ଷ୍ମୀପୁର ବିଭିଓ ମନୋଜ କୁମାର ବେହେରା,ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ସୌରଭ ପାଣିଗ୍ରାହୀ,ଲକ୍ଷ୍ମୀପୁର ସହକାରୀ ମତ୍ସ୍ୟ ଅଧିକାରୀ ଦେବୀ ପ୍ରସାଦ କାନୁନଗୋ,
କୋରାପୁଟ ସହକାରୀ କୃଷି ଅଧିକାରୀ ସ୍ୱପ୍ନିଳ ପାତ୍ର, ଦଶମନ୍ଥପୁର ସହକାରୀ କୃଷି ଅଧିକାରୀ ଜ୍ଞାନ ରଞ୍ଜନ ସାହୁ ଯୋଗ ଦେଇ ନିଜ ନିଜ ବିଭାଗ ର ବିଭିନ୍ନ ଯୋଜନା ଉପରେ ଉପସ୍ଥିତ ଚାଷୀ ମାନଙ୍କୁ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବ୍ଲକର ବିଭିନ୍ନ ଅଞ୍ଚଳ ରୁ ୨୫୨ ଜଣ ଚାଷୀ ଯୋଗ ଦେଇ ନିଜ ନିଜ ନାମ ପଞ୍ଜିକରଣ କରିଥିବା ବେଳେ କୃଷି କାର୍ଯ୍ୟାଳୟର
କୃଷି ଅଧି ଦର୍ଶକ ସୌମେନ୍ଦ୍ର ମହାନ୍ତି,ପୁର୍ଣ ଚନ୍ଦ୍ର ଶବର,
ବୀଣା ଦାସ,ବିଟିଏମ ଦିବ୍ୟାଙ୍କ ପାଣ୍ଡେ,ଏଟିଏମ କମଳ ଲୋଚନ ପଣ୍ଡା ଓ ଦେବାଶିଷ ସ୍ୱାଇଁ ଅନ୍ୟାନ୍ୟକାର୍ଯ୍ୟ ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ