Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିବିଏସଇ ପରୀକ୍ଷା ଫଳ; ୯୭.୬୦ପ୍ରତିଶତ ମାର୍କ ଆଣି ସମିଧା ମିଶ୍ର ଟପ୍ପର

ତରଭା: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ତରଭା ଜବାହର ନବୋଦୟ ବିଦ୍ୟାଳୟରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜେଏନଭିରେ ଦଶମ ଶ୍ରେଣୀର ମୋଟ ୮୨ ଜଣ ପରୀକ୍ଷା ଦେଇଥିଲେ ସମସ୍ତେ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି। ବିଦ୍ୟାଳୟର ସମିଧା ମିଶ୍ର ୯୭.୬୦ପ୍ରତିଶତ ମାର୍କ ଆଣି ବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଅଙ୍କିତା ରାଣୀ ସାହୁ ୯୬.୬୦ପ୍ରତିଶତ, ରୋନିତ କୁମାର ମିଶ୍ର ୯୫.୨୦, ବିଶେକ ଚନ୍ଦ୍ର କୁମ୍ଭାର ୯୫ପ୍ରତିଶତ ମାର୍କ ଆଣିଛନ୍ତି। ସେଇଭଳି ଏହି ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀର ୪୨ ଜଣ ପରୀକ୍ଷା ଦେଇଥିଲେ ସମସ୍ତେ ପାସ କରିଛନ୍ତି।ରୋଶନ ମେହେର ୮୯.୮୦ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ସମୀକ୍ଷା ସୃତିଶିଖା କର ୮୭.୮୦, ଟିଗମାଂଶୁ ମେହେର ୮୬.୮୦ ରୋଜି ସାହୁ ୮୫.୮୦ ପ୍ରତିଶତ ମାର୍କ ରଖିଛନ୍ତି।
ତରଭା ବ୍ଲକ ଜାମକାନି ଓଡିଶା ଆଦର୍ଶ ବିଦ୍ୟାଳୟରେ ସିବିଏସଇ ଦଶମ ଶ୍ରେଣୀର ୬୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ସେମାନଙ୍କ ମଧ୍ୟରୁ ୫୮ ଜଣ ପାସ କରିଛନ୍ତି। ୯୭.୨୦ପ୍ରତିଶତ ମାର୍କ ରଖି ପ୍ରଦ୍ୟୁମ୍ନ ଦାସ ବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଆଶୁତୋଷ ମିଶ୍ର ୯୨.୬୦, ରାହୁଲ ସାହୁ ୮୮.୪୦ ଅବଧେଶ ମିଶ୍ର ୮୭.୪୦ ପ୍ରତିଶତ ମାର୍କ ଆଣିଛନ୍ତି।ଏହି ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀରେ ୧୩ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ତନ୍ମଧ୍ୟରୁ ୯ ଜଣ ପାସ କରିଛନ୍ତି।୭୫.୨୦ପ୍ରତିଶତ ମାର୍କ ଆଣି ଅମ୍ରିତା ପୁରୋହିତ ବିଦ୍ୟାଳୟ ଟପ୍ପର ହୋଇଛନ୍ତି।ଦେବଦତ୍ତ ସେଠ ୭୩.୬୦, କପିଳ ଦେବ କରଣ ୭୧.୮୦, ପ୍ରିୟ ଦର୍ଶନ ନାଏକ ୬୬ ପ୍ରତିଶତ ମାର୍କ ରଖିଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ