ଲକ୍ଷ୍ମୀପୁର ୦୨/୦୬ …ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ଭଳି ୪ ଟି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ବେଆଇନ ଦେଶୀ ଓ ବିଦେଶୀ ମଦ ସଂପୂର୍ଣ୍ଣ ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା। ଆଜି ୪ ଟି ବ୍ଲକ ର ଶହ ଶହ ମହିଳା,ପୁରୁଷ, ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରକାର ନାରା ଦେବା ସହ ହାତରେ ପ୍ଳାଗ କାର୍ଡ ଧରି ଏକ ଶୋଭାଯାତ୍ରା କରିଥିଲେ। ଏହି ମଦ ବନ୍ଦ ଅଭିଯାନ କୁ ରାୟଗଡା ର କଂଗ୍ରେସ ବିଧାୟକ ଆପାଲ ସ୍ୱାମୀ କାଡ୍ରାକା ମଧ୍ୟ ସମର୍ଥନ ଜଣାଇ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ରେ ଦିନକୁ ଦିନ ମଦ କୁ ନେଇଁ ରାଜନୀତି ସରଗରମ ହେବାକୁ ଲାଗିଲାଣି।ଗତ କାଲି ସ୍ଥାନୀୟ ବିଧାୟକ ପବିତ୍ର ସାଉଁତା ଙ୍କ ଉପରେ ବିଜେପିର ମିଥ୍ୟା ଆରୋପ ଅଭିଯୋଗ ନେଇ କୋରାପୁଟ ସାଂସଦ ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଥିବା ବେଳେ ସୋମବାର ଅଂଚଳ ରେ ମଦ କୁ ସମ୍ପୂର୍ଣ ବନ୍ଦ କରିବା ଜିଦ ରେ ଲକ୍ଷ୍ମୀପୁର ସଦର ମହକୂମା ଠାରେ ମଦ ବିରୋଧୀ ରାଲି କରାଯାଇ ଶକ୍ତି ପ୍ରଦର୍ଶନ କରାଯାଇଛି।ସ୍ଥାନୀୟ ରେଳବାଇ ଛକ ଠାରୁ ଶହ ଶହ ପୁରୁଷ ଓ ମହିଳା ସଭାଯାତ୍ରା ରେ ବାହାରି ଦେଶୀ ଓ ବିଦେଶୀ ମଦ ଏବଂ ବେନିୟମ ଭାବେ ଚାଲୁଥିବା ମଦ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ହାତରେ ଫ୍ଲାଗ କାର୍ଡ ଓ କଂଗ୍ରେସ ର ଦଳୀୟ ପତାକା ଧରି ନାରାବାଜି ଦେଇ ସଭା ଯାତ୍ରା କରି ବସ ଷ୍ଟାଣ୍ଡ ରେ ଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ… ସେଠାରୁ ଲକ୍ଷ୍ମୀପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ରେ ପହଂଚି ବିଡ଼ିଓ ମିଲନ କୁମାର ଝାଙ୍କର ଙ୍କ ଜରିଆରେ ଏକ ସ୍ମାରକପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ, ରାଜ୍ୟପାଳ ଓ ଅବକାରୀ ଅଧିକ୍ଷକ ଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ । ବେନିୟମ ମଦ ବା ନକଲି ମଦ ସଂପୂର୍ଣ୍ଣ ବନ୍ଦ କରିବା ସହ,ସରକାର ଲାଇସେନ୍ସ ପ୍ରାପ୍ତ ଧାରି ମାନେ ନିଜେ ଦୋକାନ ନକରି ଅଧିକ ଟଙ୍କା ଲାଳସାରେ ବିହାରୀ ମାନଙ୍କୁ ଆଣି ଦୋକାନରେ ନକଲି ମଦ ପ୍ରସ୍ତୁତ କରି ରାସ୍ତା ଘାଟ ଏବଂ ସ୍କୁଲ କଲେଜ ଓ ମନ୍ଦିର ଚର୍ଚ୍ଚ ନିକଟରେ ମଦ ବିକ୍ରି କୁ ତୁରନ୍ତ ବନ୍ଦ କରିବା ଦାବୀ କରାଯାଇଥିଲା।ତୁରନ୍ତ ମଦ ବନ୍ଦ ନହେଲେ ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ଉଭୟ ବିଧାୟକ କହିଥିଲେ…କେବଳ ସେତିକି ନୁହଁ ବିହାରୀ ମାନେ ହୋଲସେଲ ରେ ମଦ ବିକ୍ରି କରୁଛନ୍ତି ଓଡ଼ିଆ ମାନଙ୍କ ଲାଇସେନ୍ସ ରେ ଏବଂ ରିଟେଲର ଭାବେ ଓଡ଼ିଆ ମାନେ ସେମାନଙ୍କ ଠାରୁ ମଦ ଆଣି ବିକ୍ରି କରିବା ପରେ ଜେଲ ଦଣ୍ଡ ଭୋଗୁଛନ୍ତି ଓଡ଼ିଆ ମାନେ, କେବଳ ସେତିକି ନୁହଁ ଶହ ଶହ ଲିଟର ଦେଶୀ ଓ ବିଦେଶୀ ମଦ ପୋଲିସ ଓ ଅବକାରୀ ବିଭାଗ ର ମିଲିଭଗତ ରେ ବେଆଇନ ଭାବେ ଚାଲୁଛି, ନାମକୁ ମାତ୍ର କେସ କରାଯାଉଛି, କିନ୍ତୁ ଜଣେ ଆଦିବାସୀ ସେମାନଙ୍କ ପର୍ବ ପର୍ବାଣି ସକାଶେ ୫ ଲିଟର ମଧ୍ୟ ରେ ମଦ ବ୍ୟବହାର ସକାଶେ ନିୟମ ରହିଥିଲେ ସୁଧା ତାଙ୍କ ନାମରେ କେସ ରୁଜୁ ହେଉଛି,ତେଣୁ ଏ କି ପ୍ରକାର ଅବକାରୀ ନୀତି ବୋଲି ବିଧାୟକ ପବିତ୍ର ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ପବିତ୍ର ଙ୍କ ସ୍ୱରକୁ ଯେତେ ଚାପିବାକୁ କିମ୍ବା କଣ୍ଠରୋଧ କରିବାକୁ ଚେଷ୍ଟା କଲେ ବି ସଫଳ ହେବେ ନାହିଁ, ଯାହାର ଉଦାହରଣ ଆଜି ମହିଳା ମାନେ ଦେଇଛନ୍ତି ବୋଲି କହିଛନ୍ତି।ଆଗକୁ ଯଦି ବେଆଇନ ମଦ ବନ୍ଦ ନହୁଏ ତାହେଲେ ଲକ୍ଷ୍ମୀପୁର ରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଜିଲ୍ଲା ଓ ରାଜ୍ୟ ବ୍ୟାପି କରାଯିବାକୁ ଧମକ ଦିଆଯାଇଛି। ଏନେଇ ପୁର୍ବତନ ବିଧାୟକ କୈଳାଶ କୁଲେସିକା କହିଛନ୍ତି କି ବେଆଇନ ମଦ କୁ ବନ୍ଦ କରିବାକୁ ସେ ମଧ୍ୟ ସ୍ୱାଗତ କରୁଛନ୍ତି, କିନ୍ତୁ ମଦ ଦୋକାନ ରୁ ମାସିକ ବଟି ମାଗିବା କଥା କୁ ସେ ବିରୋଧ କରୁଛନ୍ତି। ସରକାର ଲାଇସେନ୍ସ ପ୍ରଦାନ କରିଛନ୍ତି, ବନ୍ଦ କରିବା ଦାୟିତ୍ୱ ସରକାର ଙ୍କ ର ବିଧାୟକ ଙ୍କ ର ନୁହେଁ ବୋଲି ଦର୍ଶାଇଛନ୍ତି। ବିଧାୟକ ପବିତ୍ର ବାବୁ ପ୍ରଥମେ ପିସି କାରବାର ରୁ ନିବୃତ ରୁହନ୍ତୁ, ନଚେତ ତାଙ୍କ ବିରୋଧ ରେ ବିଜେପି ତରଫରୁ ମଧ୍ୟ ଆନ୍ଦୋଳନ ଜୋରଦାର ହେବ। ନାରାୟଣପାଟଣା ଲକ୍ଷ୍ମୀପୁର,ଦଶମନ୍ତପୁର ଓ ବନ୍ଧୁଗାଁ ରେ ବିଧାୟକ କାହିଁକି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବନ୍ଦ କରିବାକୁ ଚାହୁଁଛନ୍ତି କାରଣ ଲାଇସେନ୍ସ ଦୋକାନ ବନ୍ଦ ହେଲେ ତାଙ୍କ ର କର୍ମୀ ମାନେ ଚୋରାରେ ମଦ ବିକ୍ରୟ କରି ଲାଭ ବାନ ହେବେ… ତେଣୁ ବିଧାୟକ ପବିତ୍ର ଙ୍କ ଏହା ଏକ ଚାଲ ବୋଲି ସଫେଇ ଦେଇଛନ୍ତି…ମଦ ବନ୍ଦ କୁ ସମସ୍ତେ ସ୍ୱାଗତ କରିବେ, କିନ୍ତୁ ସରକାର ଙ୍କ ନିଷ୍ପତି ଉପରେ ସବୁକିଛି ରହିଥିବା ବେଳେ ବର୍ତମାନ ଏହି ମଦ ରାଜନୀତି କେଉଁ ଆଡ଼େ କେଉଁ ରୂପ ନେଉଛି ତାହା ଦେଖିବାକୁ ଅପେକ୍ଷା।
ମଦ ବନ୍ଦ କରାଯିବା ସକାଶେ ଲକ୍ଷ୍ମୀପୁର ବିଧାୟକ ଙ୍କ ଦ୍ୱାରା ମହିଳା ମାନଙ୍କୁ ନେଇଁ ଶୋଭାଯାତ୍ରା..ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ…ପବିତ୍ର ଙ୍କ ସ୍ୱର କୁ ସରକାର କଣ୍ଠରୋଧ କରି ପାରିବେନି ରାଜ୍ୟ ସରକାର…
