Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ମାନବିକ ଅଧିକାର ସାମୁଖ୍ୟ ପକ୍ଷରୁ ପୁରୀ ଠାରେ ଜାତୀୟ ସମ୍ମିଳନୀ l

ଅସ୍ତରଙ୍ଗ -ମାନବ ଅଧିକାର କ୍ଷେତ୍ରରେ ଓଡିଶା ସମେତ ସାରା ଭାରତ ବର୍ଷରେ କାର୍ଯ୍ୟ କରିବାର ପ୍ରୟାସ ଜାରୀ ରଖିଥିବା ସାମାଜିକ ସଂଗଠନ ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ପକ୍ଷରୁ ଅନୁଷ୍ଠିତ ରାଷ୍ଟ୍ରୀୟ ସମ୍ମିଳନୀ ପୁରୀ ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଗତ ମେ ମାସ ୩୧ ତାରିଖ ଶନିବାର ଓ ଜୁନ ୧ ତାରିଖ ରବିବାର ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ୩୧ ତାରିଖ ଅପରାହ୍ନ ୫ଟାରେ ପୁରୀ ଜିଲ୍ଲା ସଭାପତି ତଥା ପ୍ରାକ୍ତନ କଲେଜ ଅଧ୍ୟକ୍ଷ ମନୋଜ ସାମନ୍ତରାୟ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପୁରୀ ପୌରପାଳ ଗୌରହରୀ ପ୍ରଧାନ, ସମ୍ମାନୀତ ଅତିଥିଭାବେ ଦୁଇ ନାରୀ ନେତ୍ରୀ ଉଷାରାଣୀ ବେହେରା,ବିନ୍ଦୁଜା ଉପାଧାୟ, ଅବସରପ୍ରାପ୍ତ ପଶୁ ଚିକିତ୍ସକ ଡ଼ା: ଭ୍ରମରବର ପ୍ରଧାନ, ସଂଗଠନର ଅଧ୍ୟକ୍ଷ ରମେଶ ଭାରତୀ,ରାଷ୍ଟ୍ରୀୟ ଉପସଭାପତି ତପନ କୁମାର ପତି,ସଂଯୋଜକ ଯୋଗେନ୍ଦ୍ର ଦାସ, ରମେଶ ମହାଳିକ, ଓଡ଼ିଶା ରାଜ୍ୟ ସଭାପତି ଆଇନଜୀବୀ ଲକ୍ଷ୍ମୀକାନ୍ତ ରଥ, ପୁରୀ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ରଥ ପ୍ରମୁଖ ଅତିଥିଭାବେ ମଞ୍ଚରେ ରହି ବହୁ ଉପାଦେୟ ତଥ୍ୟମାନ କର୍ମୀମାନଙ୍କୁ ବଖାଣୀଥିଲେ । ଶେଷରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସେହି ଦିନ ସଂଧ୍ୟା ୭ଟାରୁ ୯ଟା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତ୍ୟେକ ଜିଲ୍ଲା ର ସଭାପତି ଓ ଅନ୍ୟ ପଦାଧିକାରୀମାନେ ନିଜର ମତ, ମନ୍ତବ୍ୟ ତଥା ଆଗାମୀ ଦିନପାଇଁ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରିଥିଲେ।
ସେହିପରି ଦ୍ୱିତୀୟ ଦିବସ ଅର୍ଥାତ ୧ ତାରିଖ ସକାଳ ୬ଟାରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ବିଶିଷ୍ଟ ଯୋଗଗୁରୁ ତଥା ଚଣ୍ଡିଗଡ ବିଶ୍ଵବିଦ୍ୟାଳୟର ଅତିଥି ପ୍ରଧ୍ୟାପକ ଡଃ. ସ୍ୱାମୀ ଧିରେନ୍ଦ୍ରାଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମୀମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିବା ସହିତ ଯୋଗର ଉପକାରିତା ଉପରେ ଆଲୋକପାତ କରିଥିଲେ । ପୁଣି ସକାଳ ୧୦ ଟାରୁ ୧୧ଟା ସାଂଗଠନିକ ଆଲୋଚନା ହୋଇ କେନ୍ଦ୍ର, ରାଜ୍ୟ ଓ ବିଭିନ୍ନ ଜିଲ୍ଲା ର ନୂତନ ଜିଲ୍ଲା ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା।
ଏହା ପରେ ୧୧ ଟା ୩୦ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର-୧ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ଲକ୍ଷ୍ମୀକାନ୍ତ ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଉଦଘାଟକ ଭାବେ ବିଶିଷ୍ଟ ଯୋଗଗୁରୁ ପ୍ରଫେସର ଡ: ସ୍ୱାମୀ ଧିରେଦ୍ରାଚାର୍ଯ୍ୟ, ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ନରେନ୍ଦ୍ର କୁମାର ପ୍ରଧାନ, ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ବିଶ୍ଵ ବିଦ୍ୟାଳୟ କୁଳପତି ତଥା ବିଶ୍ଵବ୍ୟାଙ୍କ ଉପଦେଷ୍ଟା ପ୍ରଫେସର କୁମରବର ଦାସ, ସମ୍ମାନୀତ ଅତିଥିଭାବେ ରାଷ୍ଟ୍ରୀୟ ଅବିଭାବକ ସଂଗଠନର ଅଧ୍ୟକ୍ଷ ମୋହନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ଆଇନକାନୁନ, ଶିକ୍ଷା ଅଧିକାର, ନିଜର ମୌଳିକ ଅଧିକାର ତଥା କର୍ତ୍ତବ୍ୟ ବିଷୟରେ ବୁଝାଇ ଏହାର କାର୍ଯ୍ୟକାରିତା ଉପରେ ପ୍ରଶିକ୍ଷଣ ପ୍ରଦାନ ପ୍ରଦାନ କରିଥିଲେ। ଶେଷରେ ରାଜ୍ୟ ସଂଯୋଜିକା ଶୁଭସ୍ମିତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।ଏହାପରେ ମଧ୍ୟାହ୍ନ ଭୋଜନ ସରିବା ପରେ ପୁଣି ଥରେ ପ୍ରଶିକ୍ଷଣ ବର୍ଗ-୨ର ଆରମ୍ଭ ହୋଇଥିଲା। ରାଜ୍ୟର ବରିଷ୍ଠ ଉପଦେଷ୍ଟା ଡା: ପଞ୍ଚାନନ ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତଏହି ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ଆଦିବାସୀ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ଡଃ ବିକ୍ରମ କେଶରୀ ଜେନା, ମୁଖ୍ଯ ବକ୍ତା ଭାବେ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ, ସମ୍ମାନୀତ ଅତିଥି ଭାବେ ହରିଜନ ସେବକ ସଂଘର ରାଜ୍ୟ ସଂପାଦକ ଆର୍ଯ୍ୟଭଟ୍ଟ ମହାନ୍ତି, ବିଶିଷ୍ଟ ସୂଚନା ଅଧିକାର ଓ ମାନବ ଅଧିକାର କର୍ମୀ ଜୟନ୍ତ ଦାସ ପ୍ରମୁଖ ଯୋଗଦେଇ ବିଭିନ୍ନ ଅଧିକାର ଓ ଏହାର କାର୍ଯ୍ୟ କାର୍ଯ୍ୟକାରୀତା ଉପରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ । ଶେଷରେ ପୁରୀ ଜିଲ୍ଲା ସମ୍ପାଦିକା ରତ୍ନମାଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସଂଧ୍ୟା ୬ଟାରେ ଆରମ୍ଭ ହେଲା ଦୁଇ ଦିନ କାର୍ଯ୍ୟକ୍ରମର ଉଦ୍‌ଯାପନି ଉତ୍ସବ। ପୁରୀ ଜିଲ୍ଲା ସଭାପତି ମନୋଜ ସାମନ୍ତରାୟଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ସରକାରଙ୍କ ପୂର୍ବତନ ଆଦିବାସୀ କଲ୍ୟାଣ ଓ ଜଳ ଶକ୍ତି ରାଷ୍ଟ୍ରମନ୍ତୀ ବିଶ୍ଵେଶ୍ଵର ଟୁଡ଼ୁ, ମୁଖ୍ୟ ବକ୍ତାଭାବେ ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଢଙ୍ଗୀ, ସମ୍ମାନୀତ ଅତିଥିଭାବେ ବିଜେପିର ପୁରୀ ଜିଲ୍ଲା ସଭାପତି ଡା: ଦେବେନ୍ଦ୍ର ନାଥ ତରେଇ,ରାଷ୍ଟ୍ରୀୟ ଅଧକ୍ଷ ରମେଶ ଭାରତୀ, ରାଷ୍ଟ୍ରୀୟ ଉପସଭାପତି ତପନ କୁମାର ପତି, ରାଜ୍ୟ ସଭାପତି ଲକ୍ଷ୍ମୀକାନ୍ତ ରଥ, ରାଜ୍ୟ ଉପଦେଷ୍ଟା ଡା. ପଞ୍ଚାନନ ପ୍ରଧାନ ପ୍ରମୁଖ ଯୋଗ ଦେଇ ବହୁ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ରଖିଥିଲେ lଏହି ଅବସରରେ ସମାଜସେବା ଓ ମାନବ ଅଧିକାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପୁରି ଜିଲ୍ଲାର ଅସ୍ତରଙ୍ଗ, କାକଟପୁର ବ୍ଲକ ସମେତ ଓଡ଼ିଶାର ବିଭିର୍ଣ୍ଣ ବ୍ଲକ ଅଞ୍ଚଳ ରୁ ଦୁଇ ସହ ପ୍ରଶତିନିଧି ଯୋଗ ଦାନ କରିଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ