ସମ୍ବଲପୁର:ସମ୍ବଲପୁର ଜିଲ୍ଲା ବେସରକାରୀ କଲେଜ ଶିକ୍ଷକ ସଂଘ ଆନୁକୁଲ୍ୟ ରେ ବୁଢ଼ାରଜା ସ୍ଥିତ ରାମ କଲି ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ତା ୩.୬.୨୫ରିଖ ମଙ୍ଗଳବାର ଦିନ ଓଡ଼ିଶା ରେ ଶିକ୍ଷକ ଆନ୍ଦୋଳନ ର କର୍ଣ୍ଣଧାର ତଥା ବିଶିଷ୍ଠ ଶିକ୍ଷାବିତ ସ୍ବର୍ଗତ ପ୍ରଫେସର ଅବନୀ ବରାଳ ଙ୍କ ଜୟନ୍ତୀ ପାଳିତ ହୋଇ ଥିଲା । ସ୍ଵର୍ଗତ ଶିକ୍ଷକ ନେତା ଅବନୀ ବରାଳ ଙ୍କ ପ୍ରତିଛବି ରେ ମାର୍ଲ୍ୟାର୍ପଣ ଓ ସ୍ତୁତି ରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ମହାସଂଘ ର ଆବାହକ ଶ୍ରୀ ଅଶୋକ କୁମାର ବହିଦାର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜୟନ୍ତୀ ସଭା ରେ ଡ. ବସନ୍ତ କୁମାର ଦାଶ, କୃପାଶଙ୍କର ନାଥ,ଡ଼. ଅଶ୍ୱିନୀ ସୁପକାର, ସୁର୍ଯ୍ୟ ନାରାୟଣ ଅଗସ୍ତି, ପୂର୍ଣ୍ଣଚନ୍ଦ୍ର ସେଠ , ଦିଲୀପ ଗୌଡ଼ ଓ ଜ୍ଞାନ ରଂଜନ ସାମଲ ଯୋଗ ଦେଇ ଅବନୀ ବରାଳ ଙ୍କ ଅବଦାନ ଓ ବହୁମୁଖୀ ପ୍ରତିଭା ବିଷୟ ରେ ଆଲୋକପାତ କରିଥିଲେ । ଡ଼ ଦୀପେନ୍ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରଫେସର ଅବନୀ ବରାଳ ଙ୍କ ଜୟନ୍ତୀ ପାଳନ
