ସମ୍ବଲପୁର:ସମ୍ବଲପୁର ମହାନଗର ଏବେ ବୁଲା କୁକୁରଙ୍କ ପେଣ୍ଠ ସ୍ଥଳୀ ସାଜିଥିବା ହୀରାକୁଦବି ଏଥିରୁ ବାଦ ପଡିନି। ବୁଲା କୁକୁର ମାନଙ୍କ ବିତ୍ପାତ ଏବେ ବଢ଼ୁଥିବାରୁ ସାଧାରଣ ଯାତ୍ରା ମଧ୍ୟ୍ୟ ପ୍ରଭାବିତ ହେଉଛି। ହୀରାକୁଦରେ କୁକୁର ମାନଙ୍କ କବଳରୁ କେହି ରକ୍ଷା ପାଉନାହାନ୍ତି। ଏଭଳି ଏକ ଘଟଣାରେ ନୟାନ୍ତ ହେବାକୁ ପଡିଛି କିଛି ସାମାଜିକ କର୍ମୀ ମାନଙ୍କୁ।ସେବା ହିଁ କର୍ମ ଅନୁଷ୍ଠାନ ହୀରାକୁଦ ର ସଦସ୍ୟ ମାନେ ଗୋଟିଏ ଗାଈ ବାଛୁରୀ କୁ କୁକୁର କାମୁଡି କ୍ଷତାକ୍ତ କରିଦେଇଥିଲେ।ବାଛୁରୀର ଏଭଳି ଶୋଚନୀୟ ଅବସ୍ଥା ଦେଖି ତାର ଚିକିତ୍ସl ପାଇଁ ଆମ୍ବୁଲାନ୍ସ ଡକାଇ ବାଛୁରୀ ଓ ତାର ମା କୁ ସମ୍ୱଲପୁର କୁ ପଠାଯିବା ପର୍ଯ୍ୟନ୍ତ କଥା ଯାଇଥିଲା।ଏ ପରି ବହୁତ ଦୁର୍ଘଟଣା ହେଉଛି ସେଥିପାଇଁ ସେବା ହିଁ କର୍ମ ସ୍ବେଚ୍ଛାସେଵୀ ଅନୁଷ୍ଠାନ ତରଫରୁ ଏଭଳି ସେବା କାର୍ଯ୍ୟ ଅବ୍ୟାହତ ରହିଛି। ସମାଜ ସେବୀ ସଭାପତି କାର୍ତିକ କଲେତଙ୍କ ସମେତ ସୁନୀଲ ସେଟ୍ ,କୋଷାଧ୍ୟକ୍ଷ, ସୋମଦତ ଦାସ,ସୁମିତ କୁମାର ସାହୁ ଅଶୋକ ମହାରଣା,ସିଵା ରାଉତ,ବିନ୍ଥିଥ ମହାନ୍ତି,ଲକି ବେହେରା,ଅନିନ୍ଦ୍ୟ ସୁଦର ମହାନ୍ତି,ଉତ୍ତମ ବାଗ,ମହେଶ ଗର୍ଦ୍ୱୟ, ଓ ଅନ୍ୟ ମାନେଏଥିରେ ସହଯୋଗ କରିଥିଲେ। ବୁଲା କୁକୁର ମାନଙ୍କ ବିତ୍ପାତ କେବଳ ସମ୍ବଲପୁର, ହୀରାକୁଦ କିମ୍ବା ବୁର୍ଲାରେ ସୀମିତ ରହିନି ବରଂ ସିନ୍ଦୁରପଙ୍କ, ପଡିଆବାହାଲ ପ୍ରଭୃତି ଅଞ୍ଚଳରେ ବୁଲାକୁକୁର ମାନଙ୍କ ପାଇଁ ବହୁ ଘଟଣା ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏଣୁ ଏଦିଗରେ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।
କାହାକୁ ଛାଡୁନି ବୁଲା କୁକୁର
