Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିବେଶ ସୁରକ୍ଷା ସମୟ ର ଆହ୍ୱାନ

ସମ୍ବଲପୁର,୦୪.୦୬:ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ବିଶ୍ଵପରିବେଶ ଦିବସ ଉପଲକ୍ଷେ ଲାଇବ୍ରେରୀ ସଭା ଗୃହ ଠାରେ ଏକ ପରିବେଶ ସଚେତନତା ସଭା ପ୍ର,ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁର ଆଞ୍ଚଳିକ ଅଧିକାରୀ ଡ଼ ସତ୍ୟନାରାୟଣ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ପ୍ରତି ଆମ ପରିବେଶ ର ପ୍ରଦୂଷଣ ଓ ଏହାର ନିୟନ୍ତ୍ରଣ ପାଇଁ ପିଲାମାନେ କିପରି ନିଜ ଘରେ ବିଦ୍ୟୁତ,ମୋବାଇଲ ଓ ଗାଡି ମଟର ବ୍ୟବହାର ପ୍ରତି ସଜାଗ ହୋଇ ସଚେତନତା ସୃଷ୍ଟି କରି ପ୍ରଦୂଷଣ ରୋକି ପାରିବେ ସେ ଦିଗରେ ବୁଝେଇ ଥିଲେ।ସଭାପତି ଅଭିଭାଷଣ ରେ ପିଲାମାନେ ଏ ଦିଗରେ ଆଦର୍ଶ ସୃଷ୍ଟି କରିବାକୁ ଆହ୍ଵାନ ଦେଇଥିଲେ।ଏହି ଅବସରରେ ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲ ପରିସରରେ କିଛି ଚାରା ରୋପଣ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେନ୍ଦ୍ର କୁମାର ପଣ୍ଡା ପରିଚଳନା କରିଥିବା ବେଳେ ଲାଇବ୍ରେରୀ ଓ ପ୍ରଦୂଷଣ ବୋର୍ଡ ପକ୍ଷରୁ ପୃଥ୍ୱୀରାଜ ମିଶ୍ର,ପ୍ରଫୁଲ୍ଲ ହୋତା,ବିଜୟ ସାହୁ ସୁସ୍ମିତା ନାୟକ,ଅଂଶୁମାଳା କୁସୁମ ମିଞ୍ଜ,ମନୋରଞ୍ଜନ ପ୍ରଧାନ, ଶୁଭ୍ରାଂଶୁ ପାତ୍ର, ବସନ୍ତ ନାୟକ ପ୍ରମୁଖଙ୍କ ସହିତ ସ୍କୁଲ ଛାତ୍ର ଛାତ୍ରୀ ଓ ଅବିଭାବକ ମାନେ ଏଥିରେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ତୁଷାର ଓ ଜିଲୁ କୁମୁରା ସହଯୋଗ କରିଥିଲେ।ଶେଷରେ ସମ୍ପାଦକ ରଘୁନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ