Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ଆର୍ଥିକ ସହାୟତା ଘୋଷଣାକୁ ୱେଲଫ୍ୟାର ବୋର୍ଡ ପୂର୍ବତନ ଉପଦେଷ୍ଟା ସଂଜିତ ମହାନ୍ତିଙ୍କ ସ୍ଵାଗତ

ସମ୍ବଲପୁର:ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦେବଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ କେନ୍ଦୁପତ୍ର ତୋଳାଳୀ, କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ କେନ୍ଦୁପତ୍ରର ଲାଭାଂଶ ରୁ ୪୧ କୋଟି ୧୭ ଲକ୍ଷ ପ୍ରଦାନ କରାଯାଇଛି। ଏଥିରେ ଚପଳ ପାଇଁ ୧୬୦ ଟଙ୍କା, ପତ୍ର ସଂଗ୍ରହ କପଡା ପାଇଁ ୨୦୦ ଟଙ୍କା, ଟୋପି ପାଇଁ ୧୦୦ ଟଙ୍କା ଏବଂ ବନ୍ଧେଇ ଶ୍ରମିକ ପାଇଁ କମ୍ବଳ ଓ ମଶାରୀ ପାଇଁ ୭୦୦ ଟଙ୍କା ପ୍ରଦାନ କରାଯାଇଛି। ଏହି ଘୋଷଣା ଦ୍ଵାରା ୯ ଲକ୍ଷ୍ୟ ତୋଳାଳୀ ଓ କର୍ମଚାରୀ ଲାଭବାନ ହେବେ। ଏହି ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କୁ
ୱେଲଫ୍ୟାର ବୋର୍ଡ ପୂର୍ବତନ ଉପଦେଷ୍ଟା ସଂଜିତ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଛନ୍ତି।
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଲଗାତାର ଲଢେଇ ଓ ଆନ୍ଦୋଳନ ପରେ ଜଙ୍ଗଲ ଅଧିକାର ଆଇନ୍ ଅନୁଯାୟୀ ୨୦୧୪ ମସିହାରୁ ଏହି କେନ୍ଦୁପତ୍ର ବ୍ୟବସାୟରୁ ହେଉଥିବା ଲଭଂଶରୁ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଉଛି। ଗତକାଲି ଦେବଗଡ଼ରେ କରା ଯାଇଥିବା ଘୋଷଣାକୁ ସଂଜିତ ମହାନ୍ତି ସ୍ବାଗତ ଜଣାଇବା ସହ ଚଳିତ ବର୍ଷ କିଛି ଭୁଲ ନିଷ୍ପତି ଯୋଗୁଁ ବିଭିନ୍ନ ଡିଭିଜନରେ ପତ୍ର ସଂଗ୍ରହ ପରିମାଣ କମିବା ଯୋଗୁଁ ଉଦ୍ବେଗ ପ୍ରକାଶ କରିଛନ୍ତି। କନ୍ୟା ବିବାହ ସହାୟତା ବନ୍ଦ ହେବା ଏବଂ ବୋନସ ପରିମାଣ ହ୍ରାସ ଯୋଗୁଁ ନବରଙ୍ଗପୁର୍, ଜୟପୁର, ଭବାନୀପାଟଣା ଆଦି ଡିଭିଜନ ରେ ସାମୟିକ ଭାବରେ ଘରୋଇ କମ୍ପାନୀ ମାନେ ଅଧିକ ଦରରେ ପତ୍ର କିଣିବାରୁ ସରକାରୀ ଫଡ଼ିରେ ପତ୍ର ସଂଗ୍ରହ କମିଛି। ଝାରସୁଗୁଡ଼ା, ରାଉରକେଲା ଆଦି ଡିଭିଜନରେ ଅତ୍ୟଧିକ ଶିଳ୍ପାୟନ ଓ ପ୍ରଦୂଷଣ ଯୋଗୁଁ ମଧ୍ୟ ପତ୍ର ସଂଗ୍ରହ କମିଛି। ସେହିପରି ୧୮ ଜୁଲାଇ ୨୦୨୪ ରୁ ସର୍ବନିମ୍ନ ମଜୁରୀ ବୃଦ୍ଧି ସତ୍ବେ ଋତୁକାଳୀନ କର୍ମଚାରୀଙ୍କ ଦରମା ବୃଦ୍ଧି ନ ହେବା କର୍ମଚାରୀ ଶୋଷଣର ଉଦାହରଣ ହୋଇଛି। କନ୍ୟା ବିବାହ ସହାୟତା ବାତିଲ ଓ ବୋନସ ପରିମାଣରେ ହ୍ରାସ ଯୋଗୁଁ ତୋଳାଳୀ ସଂଖ୍ୟା କମିବା ମଧ୍ୟ ଆଶଙ୍କା ଅଛି। ଏହି ସଂସ୍ଥାରେ ଘରୋଇ କରଣ ପାଇଁ କରାଯାଉଥିବା ଷଡ଼ଯନ୍ତ୍ର କୁ ବନ୍ଦ କରିବା ଓ ୧ କୋଟି ଶ୍ରମ ଦିବସ ସୃଷ୍ଟି କରୁଥିବା ଏହି ସଂସ୍ଥା ପ୍ରତି ସରକାର ଆହୁରି ଯତ୍ନଶିଲ ହେବା ପାଇଁ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ