Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି ଙ୍କ ର ଦେହାନ୍ତ।

ଲକ୍ଷ୍ମୀପୁର ୦୪/୦୬ ..ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି ତଥା କୋରାପୁଟ ର ପୂର୍ବତନ ଉପଜିଲ୍ଲାପାଳ ପ୍ରମୋଦ ପଟ୍ଟନାୟକ ଙ୍କ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ବାସଭବନ ରେ ଦେହାନ୍ତ ହୋଇଛି। ଶ୍ରୀ ପଟ୍ଟନାୟକ ଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗ ଦ୍ୱାର ରେ କରାଯାଇଛି।କୋରାପୁଟ ରେ ସେ ଉପଜିଲ୍ଲାପାଳ ଭାବେ ଥିଵା ସମୟରେ ୧୯୯୦ ମସିହାରେ ତାଙ୍କ ର ପ୍ରଚେଷ୍ଟା ରେ ଲକ୍ଷ୍ମୀପୁର ରେ ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା। ତାଙ୍କ ଯୋଗୁଁ ମହାବିଦ୍ୟାଳୟ ରେ ଆଜି ପାଠ ପଢି ଅନେକ ଛାତ୍ର ଛାତ୍ରୀ ଉପକୃତ ହୋଇଥିବା ବେଳେ ସେଠାରେ ଚାକିରୀ ପାଇ ମଧ୍ୟ ଅନେକ ଉପକୃତ ହୋଇଛନ୍ତି। ତାଙ୍କ ବିୟୋଗ ରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ଅପୂରଣୀୟ କ୍ଷତି ହୋଇଥିବା ବେଳେ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ବିରେନ ଶତପଥୀ, ବର୍ତ୍ତମାନ ର ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା ଚୌଧୁରୀ, ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ଙ୍କ ସମେତ ମହାବିଦ୍ୟାଳୟ କର୍ମଚାରୀ ଶୋକ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ