Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ପରିବେଶ ଦିବସ ଅବସରରେ ସାଇକେଲ ରାଲି

ସମ୍ବଲପୁର:ଗୁରୁବାର ସକାଳ ୮ଘଟିକା ରେ ସମ୍ବଲପୁର ରେଳଷ୍ଟେସନ ସାମ୍ନା ରୁ ପରିବେଶ ଦିବସ ଅବସରରେ ଏକ ସାଇକେଲ ରାଲି ଆରମ୍ଭ ହୋଉଥିଲା।ସାଇକେଲ ରାଲିଟି ରେଳଷ୍ଟେସନ ସାମ୍ନାରୁ ବାହାରି ଫାର୍ମ ରୋଡ଼, ମୋଦୀପଡା ଦେଇ ଲକ୍ଷ୍ମୀ ଟକିଜ ଛକ ଦେଇ ହାଉସିଂ ବୋର୍ଡ କୁ ଯାଇଥିଲା।ସ୍ଥାନୀୟ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇଥିଲେ।ଛାତ୍ର ଛାତ୍ରୀ ମାନେ ପରିବେଶ ସୁରକ୍ଷା ଜୀବନ ରକ୍ଷା, ସେଭ ଇନଭାରମେଣ୍ଟ ସେଭ ଲାଇଫ, ଦୋଣ୍ଟ କଟ ଟ୍ରି, ବୃକ୍ଷ ହିଁ ଜୀବନ ଇତ୍ୟାଦି ପ୍ଲା କାର୍ଡ ଲଗାଇ ଓ ସ୍ଲୋଗାନ ଦେଇ ସାଇକେଲ ରାଲି କରିଥିଲେ। ସାଇକଲେ ରାଲିକୁ ଯୁଗ୍ମ ବାଣିଜ୍ୟକର ଲିଙ୍ଗରାଜ ପ୍ରଧାନ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଆଞ୍ଚଳିକ ଅଧିକାରୀ ବୈଜ୍ଞନିକ ସତ୍ୟନାରାୟଣ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମର୍ପଣ ସଂଗଠନ ର ଅଧ୍ୟକ୍ଷ ରାଧେଶ୍ୟାମ ପଣ୍ଡା ଏହାକୁ ପରିଚଲନା କରିଥିଲେ।ଟିକେଶ୍ୱର ପ୍ରଧାନ, ଆଲୋକ କୁମାର ଦାସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ବୈଜ୍ଞାନିକ ମନୋରଞ୍ଜନ ପ୍ରଧାନ, ବୈଜ୍ଞାନିକ ଅଂଶୁମାଳା କୁସୁମ ମିଞ୍ଜ, ବୈଜ୍ଞାନିକ ରାଜେଶ ପଟନାୟକ,ଶୁଭଂଶୁ ପାତ୍ର,ସୁସ୍ମିତା ନାୟକ, ବସନ୍ତ ନାୟକ,ଅଭୟ କୁମାର ଦେହୁରୀ, ସ୍ୱାଧୀନ କୁମାର ବେହେରା ପ୍ରମୁଖ ଏଥିରେ ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ