ଲକ୍ଷ୍ମୀପୁର ରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା….ପ୍ରଦର୍ଶିତ ହେଲା ୫୦ ରୁ ଉର୍ଧ୍ଵ ସୁସ୍ୱାଦ ବ୍ୟଞ୍ଜନ.


ଲକ୍ଷ୍ମୀପୁର ୦୫/୦୬ … ଓଡ଼ିଶା ସରକାର ଙ୍କ ମିଶନ ଶକ୍ତି ବିଭାଗ ତରଫରୁ ଲକ୍ଷ୍ମୀପୁର ର ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l  ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ଓ ମିଶନ ଶକ୍ତି ତରଫରୁ ରୁ ଆୟୋଜିତ କାର୍ଯ୍ୟ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିଲନ କୁମାର ଝାଙ୍କର, ସମ୍ମାନିତ ଅତିଥୀ ଭାବେ ଉପାଧ୍ୟକ୍ଷା ଆରତୀ କୁଲଦୀପ,ସିଡିପିଓ ପାର୍ବତୀ ଆଚାର୍ଯ୍ୟ, ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ସାହୁ, ଚିତ ରଞ୍ଜନ ଗୌଡ଼ ପ୍ରମୁଖ ଯୋଗ ଦେଇ କାର୍ଯ୍ୟ କ୍ରମ କୁ ଉଦଘାଟିତ କରିଥିଲେ। ବ୍ଲକ ର ୧୩ ଗୋଟି ଗ୍ରାମ ପଞ୍ଚାୟତ ରୁ ଆସିଥିବା ୧୬ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତି ହୋଇଥିବା ୫୦ ରୁ ଉର୍ଦ୍ଧ ପାରମ୍ପରିକ ଖାଦ୍ୟ ବ୍ୟଞ୍ଜନ କୁ ପ୍ରଦର୍ଶନୀ କରାଯାଇଥିଲା, ଯାହାକି ପରବର୍ତୀ ମୁହୂର୍ତ୍ତ ରେ ଅତିଥି ଓ ଉପସ୍ଥିତ ମହିଳା ମାନେ ସେଗୁଡିକ କୁ ଖାଇ ସ୍ଵାଦ ଚାଖି ଥିଲେ l ବ୍ଲକ ର ୧୬ ଟି ସ୍ଵଂୟ ସହାୟକ ଗୋଷ୍ଠୀ ଏଥିରେ ଭାଗ ନେଇ କୋରାପୁଟ ଜିଲ୍ଲାର ପାରମ୍ପରିକ ବ୍ୟଞ୍ଜନ ଯଥା ମାଣ୍ଡିଆ ରେ ତିଆରି ମାଣ୍ଡିଆ କେକ, ପୀଠା,ପକୁଡି, ଲଡୁ ମାଣ୍ଡିଆ ପାଏସ,ମାଲଫା, ଚାଉଳ ଚୁନା ଖିରି, , ସୁପ୍ଇ,ବିଟ ଗାଜର ଜୁସ ଭଳି ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ l  ଶେଷ ରେ ଉକ୍ତ ପ୍ରତିଯୋଗିତା ରେ ଭାଗ ନେଇ ଥିବା ସମସ୍ତ ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା।କରି ତାଙ୍କ ମନ ବଳ ସୃଦୁଡ଼ କରିବା ସହ ପ୍ରତିଯୋଗିତା ର ଚତୁର୍ଥ ସ୍ଥାନ ରେ ରେସିଂ ବିଜୟ ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ,ତୃତୀୟ ସ୍ଥାନରେ ହୀକୀମ ପୁଟ ପଞ୍ଚାୟତ ର ମାରିଆ ସ୍ଵଂୟ ସହାୟକ ଗୋଷ୍ଠୀ ଓ ଦ୍ୱିତୀୟ ସ୍ଥାନ  ନନ୍ଦପୁର ମା ଲକ୍ଷ୍ମୀ ସ୍ଵଂୟ ସହାୟକ   ଗୋଷ୍ଠୀ ରହିଥିବା ବେଳେ ପ୍ରଥମ ସ୍ଥାନ ଥୁ ବା ବିଶ୍ବ କଲ୍ୟାଣୀ ସ୍ଵୟଂ ସହାୟକ ଗୋଷ୍ଠୀ ପୁରସ୍କୃତ କରିଥିଲେ ଅତିଥି ବୃନ୍ଧ l ମା ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଆୟୋଜିତ ପାରମ୍ପା ରିକ ଖାଦ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମା ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା ବୈଷ୍ଣଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ ର ପାରମ୍ପାରିକ ଖାଦ୍ୟ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲା ସ୍ତରୀୟ ସୁଭଦ୍ରା ପାରମ୍ପାରିକ  ଖାଦ୍ୟ ପ୍ରତିଯୋଗିତା ସକାଶେ ମନୋନୀତ ହୋଇଛନ୍ତି।ଏହି କାର୍ଯ୍ୟ କ୍ରମ କୁ ମିସନ ଶକ୍ତି ବିପିସି ରଜତ ବିଡ଼ିକ ଓ ଓଡ଼ିଶା ଜୀବିକା ମିଶନ ର  ଟୁନା ଖଟେଇ ପରିଚାଳନା କରିଥିବା ବେଳେ  ଅନ୍ୟମାନଙ୍କ ମଧ୍ୟ ରେ  ଏମ୍ ବିକେ ସିଆରପି ମା ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l