Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇପିଏଲ୍ ଖେଲରୁ ହତ୍ୟାକାଣ୍ଡ ହୋଇ ନଥିବା ନେଇ ଖଣ୍ଡନ କଲେ ଆଇଆଇସି ହତ୍ୟାକାରୀ ଭାଇ କୁ କୋର୍ଟ ଚାଲାଣ ।

ପଟ୍ଟାଙ୍ଗି୦୮/୦୬କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡା ପଞ୍ଚାୟତ ସଦର ମହକୁମାର ତଳ ସାହିରେ ବଡ଼ ବାପାଙ୍କ ପୁଅ ର ଠେଙ୍ଗା ପ୍ରହାର ରେ ମୃତ୍ୟୁବରଣ କରିଥିବା ଦାଦା ପୁଅ କମୁ ଅଜିତ୍ ର ହତ୍ୟା ଆଇପିଏଲ୍ ଖେଳ ରୁ ହତ୍ୟାକାଣ୍ଡ ଘଟି ନଥିବା ଆଇଆଇସି ଚତୁର୍ଭୁଜ ନାୟକ ଖଣ୍ଡନ କରିଥିବା ବେଳେ ପ୍ରକୃତ ହତ୍ୟାକାଣ୍ଡ ପାରିବାରିକ ସତ୍ରୁତା ଏବଂ ପୁର୍ବ ରାଗ ରୁସାରୁ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ପ୍ରକାଶ କରିଥିବା ସହ ହତ୍ୟାକାଣ୍ଡ ଘଟାଇଥିବା ବଡ ବାପାଙ୍କ ପୁଅ କମୁ ପାଉଲୁ ଙ୍କ ବିରୋଧରେ ଏକ କେସ ନଂ ୫୭/୨୫ ମାମଲା ରୁଜ୍ଜୁ କରା ଯାଇ ତଦନ୍ତ ଜାରି ରହିଥିବା ସହ କୋର୍ଟ ଚାଲାଣ କରା ଯାଇଥିବା ପ୍ରକାଶ କରିଛନ୍ତି । ସେପଟେ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ପାଉଲୁ କଡାରୁ କଡା ଦଣ୍ଡ ଦିଆ ଯାଉ ନଚେତ୍ ଅଭିଯୁକ୍ତ ଜେଲରୁ ମୁକୁଳି ଆସିଲେ ଆମ ପରିବାର ପ୍ରତି ବିପଦ ଅଛି ବୋଲି ମୃତ ଅଜିତ ଙ୍କ ସାନ ଭଉଣୀ ସୌମ୍ୟା କୋହ ଭରା କାନ୍ଦରେ ପ୍ରକାଶ କରିବା ସହ ଗଣ୍ଡଗୋଳ ଘଟିଥିବା ୦୩ ତାରିଖ ମଙ୍ଗଳବାର ଦିନ ଭାଇ ଅଜିତ୍ ଆଇପିଏଲ୍ ଖେଳ ଦେଖି ଘରକୁ ଫେରିବା ପରେ ମତେ ଖାଇବା କୁ ମାଗିଥିଲା । ମୁଁ ଭାଇ କୁ ଖାଇବା କୁ ଦେଇଥିଲି କିନ୍ତୁ ତରକାରୀ ଟିକିଏ ଭଲ ଲାଗି ନଥିବାରୁ ଭାଇ ମୋ ସହ ପାଟିତୁଣ୍ଡ କରି ମୋ ଗଳାକୁ ଚିପି ଦେଇଥିଲା । ଯେଉଁଥିରେ କି ମୁଁ ବେହୋସ ହୋଇ ପଡିଥିଲି । ଏହାର କିଛି ସମୟ ପରେ ମୁଁ ହୋସ୍ ରେ ଆସିବା ପରେ ଭାଇ ଅଜିତ୍ ମତେ ଖୋଜି ଖୋଜି ଆସି ମୋ ନିକଟରେ ବସି କଥା ହେଉଥିଲା ମୁଁ ମଧ୍ୟ ଭାଇକୁ ଏମିତି କାହିଁକି ହେଉଛୁ ବୋଲି ବୁଝାଉଥିବା ସମୟରେ ବଡ଼ ବାପା ଙ୍କ ପୁଅ ପାଉଲୁ ଆମ ଦୁହେଁ ଙ୍କ ନିକଟରେ ପହଞ୍ଚି ପାଟିତୁଣ୍ଡ କରିଥିଲା । ଏହି ସମୟରେ ମୁଁ ତୁ କାହିଁକି ଆମେ ଭାଇ ଭଉଣୀ କଥା ହେବା ଭିତରେ ବାହାରୁଛୁ ବୋଲି କହିଥିଲି କିନ୍ତୁ ଏହି ସମୟରେ ପାଉଲୁ ମୋ ଭାଇ ଅଜିତ୍ କୁ ମୁଣ୍ଡର ପଛପଟରୁ ଏକ ସକ୍ତ ପ୍ରହାର କରି ରକ୍ତାକ୍ତ କରି ଦେଇଥିଲା ବୋଲି ପ୍ରକାଶ କରିଥିବାବେଳେ ଉକ୍ତ ହତ୍ୟାକାଣ୍ଡ ଆଇପିଏଲ୍ ଖେଳରୁ ହିଁ ହୋଇଥିବା ଗ୍ରାମବାସୀ ଙ୍କ ସମେତ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ହତ୍ୟାକାଣ୍ଡ ଘଟାଇଥିବା ପାଉଲୁ ଙ୍କ ମାଁ ନଥିବା ବେଳେ ବାପ କମୁ ଏଙ୍କେଟି ଜଣେ ମଦ୍ୟପ ହୋଇ ଥିବାରୁ ତାଙ୍କର ନିଜସ୍ୱ ଘର ବୋଲି କିଛି ନାହିଁ । ଯାହା ଫଳରେ ପାଉଲୁ ଏବଂ ଅନ୍ୟ ଦୁଇ ଭାଇ ମୃତ ଅଜିତ୍ ଙ୍କ ମାଁ କମୁ କୁମାରୀ ଙ୍କ ନିକଟରେ ଆଶ୍ରୟ ନେଇ ଗୋଟିଏ ପରିବାର ସଦସ୍ୟ ରୁପେ ଚଳୁଥିଲେ । ମୃତ ଅଜିତ୍ ବିବାହ କରି ଥିବାବେଳେ ତାଙ୍କର ଗୋଟିଏ ଶିଶୁ କନ୍ୟା ରହିଛି ଏବଂ ଅଜିତ୍ କୁ କିପରି ହଟାଇ ଦେଲେ ତାଙ୍କ ଘର ଉପରେ ଅକ୍ତିଆର କରି ପାଉଲୁ ନିଜର ଉପସ୍ଥିତି ଜାହିର୍ କରି ପାରିବ ସେନେଇ ନିଜର ଚକ୍ରାନ୍ତ ଚଲାଇଥିବା ନେଇ ମୃତ ଅଜିତ୍ ଙ୍କ ମାଁ କୁମାରୀ ପ୍ରକାଶ କରିଥିବା ସହ ମୁଁ ଏବଂ ମୋ ବହୁ ନାତୁଣୀ ଓ ଝିଅ ସମ୍ପୂର୍ଣ୍ଣ ବେସାହାରା ହୋଇ ଗଲୁ ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉକି ମୃତ ଅଜିତ୍ ର ହତ୍ୟାକାଣ୍ଡ କୁ ନେଇ ଗ୍ରାମବାସୀ ଙ୍କ ଠାରୁ ଆରମ୍ଭ କରି ପରିବାର ବର୍ଗ ଏବଂ ପୋଲିସ୍ ପ୍ରମୁଖ ଠାରୁ ଆସୁଥିବା ଭିନ୍ନ ଭିନ୍ନ ମତ କୁ ନେଇ ଅନେକ କିଛି ପ୍ରଶ୍ନ ଉଠୁଛି । ପୋଲିସ୍ ର ଠିକ୍ ତଦନ୍ତ ପରେ ଓ କିଛି ଦିନ ଗଲାପରେ ପ୍ରକୃତ ଘଟଣା କଣ ପଦାକୁ ଆସିବ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ