Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଣ୍ଡରାମାଳି ସେବା ସଙ୍ଘ ପକ୍ଷରୁ କୋକସରା ବ୍ଲକ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ।

କଳାହାଣ୍ଡି,୧୧/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ପଣ୍ଡରାମାଳି ସେବା ସଙ୍ଘ ସେବା ସଙ୍ଘ ପକ୍ଷରୁ ଗୁରୁବାର ମହିମା ପଞ୍ଚାୟତ ଡେଙ୍ଗାଗୁଡା ଧାନ ମଣ୍ଡି ଠାରେ ବ୍ଲକ ର ୨୨ ପଞ୍ଚାୟତ ର ପଣ୍ଡରାମାଳି ସମାଜ ର କର୍ମକର୍ତ୍ତା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଦେବରାଜ କୋଲଥିଆ ଙ୍କ ସଭାପତିତ୍ୱ ରେ ପ୍ରଥମେ ପଣ୍ଡରାମାଳି ସମାଜ ର ଇଷ୍ଟ ଦେବାଦେବୀ ଙ୍କୁପୂଜାର୍ଚ୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲା ଉପ ସଭାପତି ବିଦ୍ୟାଧର ନାଏକ, ଜିଲ୍ଲା କର୍ମକର୍ତ୍ତା ପ୍ରେମଲାଲ ନାଏକ, ଉଦିତ ନାଏକ, ବିକାଶ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗଦେଇ ପଣ୍ଡରାମାଳି ସମାଜ ର ସାମାଜିକ ସଂସ୍କାର, ନାରିଶିକ୍ଷା,ସମାଜ ର ତଳ ସ୍ତରରେ ରହିଥିବା ସମାଜ ର ଲୋକଙ୍କ ପାଇଁ ସାମାଜିକ ସ୍ତରରେ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ପରିପ୍ରେକ୍ଷୀରେ ବ୍ଲକ ସ୍ତରୀୟ ନୂତନ କର୍ମକର୍ତ୍ତା ମନୋନୀତ ପାଇଁ ସର୍ଵ ସମ୍ମତ୍ତି କ୍ରମେ ବ୍ଲକ ସଭାପତି ଭାବେ ଭଜମନ ନାଏକ,ସମ୍ପାଦକ ଭାବେ କ୍ଷୀରସିନ୍ଧୁ ବୋଡ଼କିଆ, କୋଷାଧ୍ୟକ୍ଷ ଭାବେ ସୁବାଷ ନାଏକ ଙ୍କୁ ମନୋନୀତ କରାଯାଇଛି।କାର୍ଯ୍ୟକ୍ରମ କୁ ଗୋବର୍ଦ୍ଧନ ନାଏକ ମଞ୍ଚ ସଂଯୋଜନା କରିଥିଲେ। ସାମଜିକ କର୍ମକର୍ତ୍ତା ହରିଶ୍ଚନ୍ଦ୍ର ନାଏକ,ଖୁସିରାମ ଟୋଲଟିଆ,ଧନେଶ୍ୱର ନାଏକ, ଇଶରାମ କୋଲଥିଆ, ଟଙ୍କଧର ନାଏକ, ହିମାଞ୍ଚଳ ନାଏକ,ଅମିନ ରଣା,ଇଶରାମ ତୋଲଟିଆ ପ୍ରମୁଖ ଙ୍କ ସମେତ ବ୍ଲକ ର ୨୨ ପଞ୍ଚାୟତ ର ସାମାଜିକ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ