Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହସିନାଙ୍କୁ କଣ୍ଟ୍ରୋଲ କରନ୍ତୁ ମୋଦି; ୟୁନୁସଙ୍କ ଅପିଲ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବୟାନ ବାଂଲାଦେଶର ଲୋକଙ୍କ କ୍ରୋଧକୁ ଉତ୍ତେଜିତ କରୁଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ବୁଧବାର ଲଣ୍ଡନର ଚାଥାମ୍ ହାଉସରେ ଏକ ଆଲୋଚନା ସମୟରେ ଏହି ବୟାନ ଦେଇଥିଲେ।

ୟୁନୁସ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ରହୁଥିବା ଶେଖ୍ ହସିନାଙ୍କ ଅନଲାଇନ୍ ଭାଷଣ ଉପରେ ରୋକ ​​ଲଗାଇବା ପାଇଁ ବାଂଲାଦେଶର ଦାବିକୁ ଅଣଦେଖା କରିଛନ୍ତି।ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲି ଯେ ଯଦି ଆପଣ ହସିନାଙ୍କୁ ଭାରତରେ ରଖିବାକୁ ଚାହାଁନ୍ତି, ତେବେ ମୁଁ ଆପଣଙ୍କୁ ବାଧ୍ୟ କରିପାରିବି ନାହିଁ। କିନ୍ତୁ ନିଶ୍ଚିତ କରନ୍ତୁ ଯେ ସେ ବାଂଲାଦେଶର ଲୋକଙ୍କୁ ଉତ୍ତେଜିତ କରୁଥିବା ବୟାନ ଦିଅନ୍ତୁ ନାହିଁ।”

ୟୁନୁସ୍ ଭାରତୀୟ ଗଣମାଧ୍ୟମ ଗୁଜବ ପ୍ରସାରଣ କରୁଥିବା ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି- ଆମେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛୁ, କିନ୍ତୁ ନୀତି ନିର୍ଦ୍ଧାରକମାନଙ୍କ ସହ ଜଡିତ ଭାରତୀୟ ପ୍ରେସର ନକଲି ଖବର ଏବଂ ସାଇବର ସ୍ପେସରେ ହେଉଥିବା କାର୍ଯ୍ୟକଳାପ ଯୋଗୁଁ ବାଂଲାଦେଶ ନର୍ଭସ ହୋଇଯାଏ।

ସେ ଆହୁରି କହିଛନ୍ତି ଯେ ବାଂଲାଦେଶ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରି ଭାରତ ସରକାରଙ୍କୁ ଏକ ଚିଠି ଲେଖିଛି। ସେ କହିଛନ୍ତି- ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ହସିନାଙ୍କ ବିରୁଦ୍ଧରେ ଏକ ମାମଲା ଆରମ୍ଭ କରିଛି। ଅନେକ ଅପରାଧ ପାଇଁ ତାଙ୍କ ବିରୁଦ୍ଧରେ ନୋଟିସ୍ ପଠାଯାଇଛି। ଆମେ ଆଇନଗତ ପ୍ରକ୍ରିୟା ଅନୁସରଣ କରୁଛୁ।

ତେବେ ବାଂଲାଦେଶରେ ସାଧାରଣ ନିର୍ବାଚନ ଏପ୍ରିଲ ୨୦୨୬ ରେ ଅନୁଷ୍ଠିତ ହେବ। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଏନେଇ ଜୁନ ୬ରେ ଘୋଷଣା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ