Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଟେର ମଣ୍ଡଳ ସ୍ତରୀୟ ବିକଶିତ ଭାରତ, ବିକଶିତ ଓଡିଶା ସଂକଲ ସଭା କାର୍ଯ୍ୟକ୍ରମ।

କଳାହାଣ୍ଡି,୧୪/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ଦଳ ପକ୍ଷରୁ ମୋଟେର ମଣ୍ଡଳ ସ୍ତରୀୟ ବିକଶିତ ଓଡିଶା ସଂକଳ୍ପ ସଭା କାର୍ଯ୍ୟକ୍ରମ ଡାଲଗୁମା ଧାନ ମଣ୍ଡି ଠାରେ ଆୟୋଜିତ ହୋଇଯାଇଛି। ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୁର ରଞ୍ଜନ ପାଟ୍ଟଯୋଶୀ ଯୋଗ ଦେଇଥିବା ବେଳେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ପରେ ସଂକଳ୍ପ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ମୁଖ୍ୟ ବକ୍ତା ଭାବେ ମୋଟେର ମଣ୍ଡଳ ପର୍ଯ୍ୟବେକ୍ଷକ ହିମାଂଶୁ ପଣ୍ଡା, ସମ୍ମାନିତ ଅତିଥି ଭାବେ କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ରାଜ୍ୟ କାର୍ଯ୍ୟକାରିଣୀ ଶିଶୁଦେଵ ମୁଣ୍ଡ, ପୂର୍ବତନ ଜିଲ୍ଲା ପରିଷଦ ନୀଳକଣ୍ଠ ମାଝୀ, ଜିଲ୍ଲା ପ୍ରତିନିଧି ଚକ୍ରଧର ନାଏକ, ରାଜ୍ୟ କାର୍ଯ୍ୟକାରିଣୀ ନେତ୍ରୀ କୁନ୍ତୀ ପାଳ,ଉପ ସଭାପତି ମୋଟେର ମଣ୍ଡଳ ପ୍ରତିମା ପୁଝାରି, କସୃପଡା ମଣ୍ଡଳ ଉପ ସଭାପତି ସାଧବୀ ଭୋଇ,ବରିଷ୍ଠ ନେତା ନିଲାଞ୍ଚଲ ରାଉତ, ହୀରାଲାଲ ବାଗ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କ ୧ ବର୍ଷ ପୁର୍ତ୍ତି କୁ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନେତୃତ୍ୱରେ ଆଜି ବିକଶିତ ଓଡିଶା ର ସ୍ୱପ୍ନ କୁ ବାସ୍ତବିକତା ରୂପ ଦେଇଛି। ନିର୍ବାଚନ ପୂର୍ବରୁ ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପୂରଣ କରିଛନ୍ତି ବୋଳି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। ସ୍ୱାଗତ ଅଭିଭାଷଣ ରେ ମଣ୍ଡଳ ସଭାପତି ଶ୍ରୀ ପଣ୍ଡା ଧର୍ମଗଡ଼ ବିଧାୟକ ଙ୍କ ନେତୃତ୍ୱରେ ଆଜି ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି ବୋଳି କହିଥିଲେ। କାର୍ଯ୍ୟକ୍ରମ କୁ ମୋଟେର ମଣ୍ଡଳ ଯୁବ ସଭାପତି ସୁଜିତ ସିଂ ରାଜପୁତ ମଞ୍ଚ ପରିଚାଳନା କରିଥିଲେ। ମୋଟେର ମଣ୍ଡଳ ପକ୍ଷରୁ ଯୁବ ମୋର୍ଚ୍ଚା ସଭାପତି ଧବଳେଶ୍ବର ଗୋପାଳ, ପ୍ରିୟବ୍ରତ ପଣ୍ଡା,ନବୀନ ଖର୍ସେଲ, ଅଚ୍ୟୁତାନନ୍ଦ ନାଏକ, ଅଶୋକ ନାଗ, ରାଧେଶ୍ୟାମ ଗୋପାଳ,ଭୁବନେଶ୍ୱର ପଟେଲ, ମହିଳା ନେତ୍ରୀ ଉଜ୍ଜଲା କେତକୀ ପ୍ରମୁଖ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ