Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବୀର ପଡା ଘଣ୍ଟା ଘଣ୍ଟା ଧରି ଅନ୍ଧାର, ଜନ ଅସନ୍ତୋଷ

ସମ୍ବଲପୁର:ଦିନ ରାତି ବିଶେଷକରି ପୂର୍ବାହ୍ଣ ରେ ମହାବୀର ପଡା ଓ ପୁତିବନ୍ଧ ରେ ବିଦ୍ୟୁତ ଯୋଗାଣ ରେ ଅସହନୀୟ ବିଭ୍ରାଟ ଯୋଗୁଁ ଗ୍ରାହକ ମାନଙ୍କ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ର ଫଳ ସ୍ୱରୂପ ଆଜି ପୂର୍ବାହ୍ଣ ରେ ସଂପୃକ୍ତ ଅଂଚଳ ର ଗ୍ରାହକ ମାନେ ଧନୁପାଲି ଟାଟା ପାୱାର ଅଫିସ କୁ ଯାଇ ଭିକ୍ଷୋଭ ପ୍ରଦର୍ଶନ ସହ ଏସଡ଼ିଓ ଙ୍କ ଉଦ୍ୟେଶ ରେ ଏକ ଦାବିପତ୍ର ପ୍ରସ୍ତୁତ କରିଥିଲେ,ମାତ୍ର ଏସଡ଼ିଓ କିମ୍ବା ଜେଇ କେହି ଅଫିସ ରେ ଉପସ୍ଥିତ ନ ଥିବା ପରିପ୍ରେକ୍ଷୀରେ ଏସଡ଼ିଓ ଙ୍କ ସହ ଫୋନରେ କଥାବାର୍ତ୍ତା ପରେ ଅଫିସ ର ଜଣେ ସହକାରୀ ଙ୍କୁ ଦାବିପତ୍ର ଦେଇ ଫେରିଥିଲେ।ପ୍ରକାଶ ଥାଉକି ଆଜକୁ ପ୍ରାୟ ଦୁଇମାସ ହେଲା କେବଳ ମହାବୀର ପଡା ଗ୍ରୀଡ଼ ରେ ଏହି ସମସ୍ୟା ଲାଗିରହୁଛି ଫଳରେ ମହାବିରପଡା, ଧନୁପାଲି ଅଧାନ୍ସ, ଭତ୍ରା, ଖାଲିଆବନ୍ଦ, ପୁତିବନ୍ଦ ପରି ଏକ ବିରାଟ ଅଂଚଳ ର ଲୋକେ ଅନ୍ଧାର ରେ ଘଣ୍ଟା ଘଣ୍ଟା ଧରି ଦୟନୀୟ ଜୀବନ ଯାପନ କରୁଛନ୍ତି।ବାରମ୍ବାର ଅଭିଯୋଗ ପରେ ମଧ୍ୟ କତ୍ତୃପକ୍ଷ ଧ୍ୟାନ ନଦେବାରୁ ଜନ ଅସନ୍ତୋଷ ବଢୁଛି।ଆଗାମୀ ଦିନରେ ସମସ୍ୟା ର ସମାଧାନ ନ ହେଲେ ଲୋକେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବେ ।ଆଜି ଏହି ପ୍ରତିନିଧି ମଣ୍ଡଳୀ ରେ ରାଜେନ୍ଦ୍ର ପଣ୍ଡା, ଶିବ ପଣ୍ଡା,ସୁଧୀର ଦାଶ,ଦିଲ୍ଲୀପ ମିଶ୍ର,ଲଳିତ ଜେନା ,ମାନଭଞ୍ଜନ ମିଶ୍ର, ହର୍ଷ ସାମଲ,ପ୍ରକାଶ ନାୟକ, କପିଳ ସାହୁ,ପ୍ରହଲ୍ଲାଦ ପ୍ରଧାନ,ବିଜୟ ବେହେରା,ବନମାଳୀ ବାରିକ ଓ ବିହାରୀ ବିଶ୍ୱାଳ ପ୍ରମୋଦ ମିଶ୍ର ଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ