Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖାଲକଣା ରୁ ପିପଳପଦର ରାସ୍ତା ଅବସ୍ଥା ଶୋଚନୀୟ; ୩ ବର୍ଷ ମଧ୍ୟ ଗଲାନି କୋଟି କୋଟି ଟଙ୍କାର ରାସ୍ତା

କୋରାପୁଟ: ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ପିପଳପଦର ପଞ୍ଚାୟତ ବାସିଙ୍କୁ ବ୍ଲକ ସଦର ୩୦ କିଲୋମିଟର ଦୁର ପଡୁଥିବାରୁ ୩ ବର୍ଷ ତଳେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ଖାଲକଣା ଠାରୁ କେନ୍ଦୁପାଇ ଦେଇ ପିପଳପଦର ସଦର ପଞ୍ଚାୟତ ପର୍ଯ୍ୟନ୍ତ ଏନବିସିସି କମ୍ପାନି ଦ୍ବାରା ରାସ୍ତା କାର୍ଯ୍ୟ ହେଇଥିଲା।ବର୍ତମାନ ଏନବିସିସି କମ୍ପାନି ଅଞ୍ଚଳ ଛାଡି ଚାଲିଯାଇଥିବା ବେଳେ ଅଞ୍ଚଳବାସିଙ୍କ ପାଇଁ ଉକ୍ତ ରାସ୍ତା ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି।ଆଗରୁ ରାସ୍ତା ଅବସ୍ଥା ଜେମିତି ଥିଲା ବର୍ତମାନ ପିଚୁ ରାସ୍ତା ହେଇ ତାଠୁ ଅଧିକ କଦର୍ଯ୍ୟ ହେଇଗଲା ବୋଲି ଗ୍ରାମବାସି ମାନେ କହିଛନ୍ତି।ଆଗେ ମାଟି ରାସ୍ତା ଥିଲା ତେଣୁ କିଛି ନହେଲେ ମଧ୍ୟ ଚାଲିକି ଯିବା ଆସିବା ହେଉଥିଲା,ଏବେ ରାସ୍ତା ଅବସ୍ଥା ଜେମିତି ରହିଚି ମୋଟର ସାଇକେଲ୍ ତ ଦୂର ର କଥା ଚାଲିକି ଜିବା ମଧ୍ୟ ବିପଦ ସାଜିଛି।ଏନେଇ ଅନେକ ଥର ଖବର ପ୍ରସାରିତ ହୋଇ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ପଡୁନଥିବା ଲୋକେ ଅଭିଯୋଗ କରିଛନ୍ତି। ରାସ୍ତାର ଅଧିକାଂସ ସ୍ଥାନ ରେ ପିଚୁ ଉଠିଯାଇ ଗର୍ତ ଶୃଷ୍ଟି ହୋଇଥିବା ବେଳେ ରାସ୍ତା ସାରା ମାଟି ରାସ୍ତା ଭଳି ହୋଇଯାଇଛି।ପିପଳପଦର ରାସ୍ତା ରେ ଲୋକେ ଯେମିତି ସେମିତି ଯିବା ଆସିବା କରୁଥିବା ବେଳେ ବାଲି ଟ୍ରକ୍ , ଟ୍ରାକ୍ଟର୍ ପ୍ରତ୍ୟେକ ଦିନ ଚଳ ପ୍ରଚଳ କରି ରାସ୍ତାକୁ ଆହୁରି ଅଧିକ ଖରାପ କରିସାରିଲେଣି।ଲୋକଙ୍କ ଗମନା ଗମନ ର ସୁବିଧା ପାଇଁ ପ୍ରତ୍ୟେକ ଅଞ୍ଚଳରେ ରାସ୍ତା କାମ କୋଟି କୋଟି ଟଙ୍କା ବ୍ୟୟରେ ତିଆରି କରାଯାଉଛି କିନ୍ତୁ ତାହା ଠିକରେ ହେଉନଥିବା ଓ ନିମ୍ନମାନର ହେଉଥିବାରୁ ଅବଧି ପୁର୍ବରୁ ରାସ୍ତା ଖରାପ ହୋଇଯାଉଛି।ବିଭାଗୀୟ ଅଧିକାରି ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ଆଜି ଅନେକ ରାସ୍ତା ନିର୍ମାଣର ଅଳ୍ପ ଦିନରେ ନଷ୍ଟ ହେଉଚି। ଏଥି ପ୍ରତି ଜିଲ୍ଲା ପ୍ରଶାସନ କେବେବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଏଭଳି ଫଳ ଗ୍ରାମବାସି ଙ୍କୁ ମିଳୁଛି ବୋଲି ଗ୍ରାମବାସି କହିଛନ୍ତି।ଖାଲି କେନ୍ଦୁପାଇ ରାସ୍ତା କଥା ନୁହଁ ବ୍ଲକର ଅନେକ ସ୍ଥାନରେ ଏନବିସିସି ଯରିଆରେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇଚି ଓ ପ୍ରାୟ ସବୁ ରାସ୍ତା ଅବସ୍ଥା ସମାନ ହୋଇ ପଡିଛି।କମ୍ପାନି ବିରୋଧରେ ଏହାର ଉଚ୍ଚ ସ୍ତରିୟ ତଦନ୍ତ ହେବାସହ ପୁଣି ରାସ୍ତା ନିର୍ମାଣ ଦିଗରେ ଦୃଷ୍ଟି ଦିଆଜାଉ ନଚେତ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି
ପୁର୍ବତନ ସରପଞ୍ଚ ନାମ ମାଣ୍ଡିଙ୍ଗା,ପୁର୍ବତନ ସମିତି ସଭ୍ୟ ସମ୍ବରୁ ମିଣିଆକା,ଜଇ ମାଣ୍ଡିଙ୍ଗା,ସନ୍ତୋଷ ମାଣ୍ଡିଙ୍ଗା,ସନିଆ ମିଣିଆକା,ବେସୁ ମାଣ୍ଡିଙ୍ଗା,ଗୋପି ମାଣ୍ଡିଙ୍ଗା,ମିଶ୍ର ମାଣ୍ଡିଙ୍ଗା
ସଗି ମିଣିଆକା,ମିଶ୍ର ମିଣିଆକା,ମାଟିଆ ମାଣ୍ଡିଙ୍ଗା,ଡିୟୁ ମାଣ୍ଡିଙ୍ଗା,ଅଚୁ ମାଣ୍ଡିଙ୍ଗା,ଗୋପି ମାଣ୍ଡିଙ୍ଗା,
ମିନ ମାଣ୍ଡିଙ୍ଗା,ଗୋବିନ୍ଦ ମାଣ୍ଡିଙ୍ଗା,ସନ୍ତୋସ ମାଣ୍ଡିଙ୍ଗା,ସିନ୍ଧୁ ମାଣ୍ଡିଙ୍ଗା ଭଳି ଗ୍ରାମବାସି କହିଛନ୍ତି।ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରେ ଠିକାଦାର ୫ବର୍ଷ ପର୍ଯ୍ୟନ୍ତ ରାସ୍ତା ମରାମତି ର ନିୟମ ରହିଥିବା ବେଳେ କେଉଁ କାରଣରୁ ରାସ୍ତା ଖରାପ ହେଲେ ମଧ୍ୟ ତିଆରି କରାଯାଉନାହିଁ ଓ ରାସ୍ତା ପାଇଁ ଥିବା ସିକ୍ୟୁରିଟି ଟଙ୍କା କୁଆଡେ ଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚି ଶୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ