Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାର୍ବତୀପୁର ରେ ପୂର୍ବ ଶତ୍ରୁତା କୁ ନେଇ ଛୁରା ସହ ପଥର ମାଡ ଘଟଣାରେ ୨ କୋର୍ଟ ଚାଲାଣ।

ଗୋପାଳପୁର, ଗୋପାଳପୁର ଥାନା ଅର୍ନ୍ତଗତ ପାର୍ବତୀପୁର ଗ୍ରାମରେ ଚଳିତ ମାସ ୯ ତାରିଖ ରାତିରେ ପୂର୍ବ ଶତ୍ରୁତା କୁ ନେଇ ହୋଇଥିବା ଛୁରା ଓ ପଥର ମାଡ଼ ଘଟଣାରେ ପୁଲିସ୍‌ ଉଭୟ ଗୋଷ୍ଠୀର ଦୁଇଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଅଜୟ ଦାସ ଓ ନାରାୟଣ ଦାସ ବୋଲି ପୁଲିସ କହିଛି। ଗତ ୯ ତାରିଖ ସନ୍ଧ୍ୟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପାର୍ବତୀପୁର ରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ମାର୍‌ପିଟ୍‌ ଓ ଛୁରାମାଡ଼ ସହ ପଥର ମାଡ ହୋଇଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ। ଖବର ପାଇ ଗୋପାଳପୁର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣା ପରେ ନାରାୟଣଙ୍କ ମାଆ ସୁଲଭ ଦାସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଏକ ୧୫୨ /୨୩ ମାମଲା ରୁଜୁ କରିଥିଲା। ସେହିପରି ଅପରଗୋଷ୍ଠୀର ଅଜୟର ସ୍ତ୍ରୀ ଲିପି ଦାସଙ୍କ ଅଭିଯୋଗ ପ୍ରକାରେ ପୁଲିସ୍‌ ଆଉ ଏକ ୧୫୩/୨୩ ମାମଲା ରୁଜୁ କରି ତଦନ୍ତ କରିଥିଲା। ଉଭୟ ମାମଲା ଆଧାରରେ ୩୦ ଜଣ ଙ୍କ ନାମରେ ମାମଲା ରୁଜୁ ହୋଇଥିଲା।ଘଟଣା ପରଠାରୁ ଅଭିଯୁକ୍ତ ମାନେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ଧିନ ଥିଲେ। ଆଜି ମେଡିକାଲ ରୁ ଡିସଚାର୍ଜ ହେଉ ଥିବା ପୁଲିସ ଖବର ପାଇ ଆଜି ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories