Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୋଲିଲା ବିଦ୍ୟାଳୟ, ଫେରୁନାହାନ୍ତି ପିଲା… ମିନାପାଇ ଆଶ୍ରମ ବିଦ୍ୟାଳୟ ରେ ସ୍କୁଲ ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ଘରେ ନେଉଛନ୍ତି ବିଶ୍ରାମ..

ଲକ୍ଷ୍ମୀପୁର ୨୦/୦୬ ….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ମିନାପାଇ ଆବାସିକ ଆଶ୍ରମ ବିଦ୍ୟାଳୟ ରେ ଆଜି ବିଦ୍ୟାଳୟ ସମୟରେ ପ୍ରାୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଖରା ଛୁଟି ପରେ ସରକାର ଙ୍କ ନିର୍ଦେଶ କ୍ରମେ ଆଜି ସ୍କୁଲ ଖୋଲିଥିଲା, ହେଲେ ବିଡମ୍ବନା ର ବିଷୟ ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ହିଁ ଅବ୍ୟବସ୍ତା। ସରକାର ଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟ ଖୋଲିବା ଦିନ ଶତ ପ୍ରତିଶତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ରେ ସକାଳ ନଅଟା ତିରିଶି ଠାରୁ ଅପରାହ୍ନ ଚାରିଟା ତିରିଶି ମିନିଟ ପର୍ଯ୍ୟନ୍ତ ଉପସ୍ଥିତ ରହିବା କଥା,କିନ୍ତୁ ଏହାର ସମ୍ପୂର୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି ମିନାପାଇ ଆଶ୍ରମ ବିଦ୍ୟାଳୟ ରେ… ଆମ ପ୍ରତିନିଧି ଆଜି ଅପରାହ୍ନ ୩ ଟା ସମୟରେ ବିଦ୍ୟାଳୟ ରେ ପହଂଚି ସ୍ଥିତି ପରଖି ଥିବା ବେଳେ ବିଦ୍ୟାଳୟ ରେ ଜଣେ ହେଲେ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ରେ ଉପସ୍ଥିତ ନଥିଲେ,  ବାହାରେ ବୁଲୁଥିବା ଜଣେ ଛାତ୍ରୀ ଙ୍କୁ ପଚାରି ବାରୁ ସେ ଦୌଡ଼ି ଯାଇ ହଷ୍ଟେଲ କେମ୍ପସ ରେ ରହିଥିବା ଜଣେ ଶିକ୍ଷୟତ୍ରୀ କୁ ସୂଚନା ଦେବା ପରେ ତରବରିଆ ଭାବେ ଜଣଙ୍କ ପରେ ଜଣେ ଶିକ୍ଷୟତ୍ରୀ ଓ ଶିକ୍ଷକ ମାନେ ଆସିଥିଲେ।କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ବିଦ୍ୟାଳୟ ଖୋଲିବା ଦିନ ସାଧରଣତଃ  ଛାତ୍ର ଛାତ୍ରୀ ମାନେ ଅଧିକାଂଶ ଆସନ୍ତି ନାହିଁ….ତା ମାନେ କଣ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ସମୟରେ ବିଦ୍ୟାଳୟ ରେ ଅନୁପସ୍ଥିତ ରହି ଘରେ ବିଶ୍ରାମ କରିବା ଅନୁଚିତ ନୁହଁ କି ?  ଏ ସମ୍ପର୍କ ରେ ଆମ ପ୍ରତିନିଧି କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ପଚାରିବାରୁ କାହାର ଦେହ ଅସୁସ୍ଥ ବୋଲି କହିଥିଲେ ତ କେହି କହିଥିଲେ ପିଲା ନଥିଲେ ଆମେ କଣ କରିବୁ ରହିକି ବୋଲି ଯୁକ୍ତି ବାଢି ଥିଲେ… କେବଳ ସେତିକି ନୁହଁ ଏନେଇଁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବତୋଷ ସ୍ୱାଇଁ ଙ୍କୁ  ଫୋନ୍ ରେ
ପଚାରିବାରୁ  ସେ ମଧ୍ୟ ବିଦ୍ୟାଳୟ କର୍ମଚାରୀ ଙ୍କୁ ସହଯୋଗ କରିଵା ଭଳି କହିଥିଲେ, ଦିନ ୧୨ ଟାରେ ସେମାନେ ଉପସ୍ଥିତ ଥିବା ଫୋଟୋ ଛାଡିଛନ୍ତି, ସମସ୍ତେ ଉପସ୍ଥିତ ଥିଲେ ବୋଲି କହିଛନ୍ତି, କିନ୍ତୁ ଗଣମାଧ୍ୟମ ର କଥାକୁ ସେ ଏଡାଇ ଯାଇ ଦିନ ୩ ଟାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ରହିବା କଥା, ସେ କଥା କୁ କିନ୍ତୁ ସେ ଭୁଲି ଯାଇଥିଲେ…. ପରେ କ୍ୟାମେରା ସମ୍ମୁଖରେ ରେ କିନ୍ତୁ ତଦନ୍ତ କରାଯିବ ଓ ଉପରିସ୍ଥ ଅଧିକାରୀ ଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି।ଯଦି ବିଦ୍ୟାଳୟ କତୃପକ୍ଷ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କୁ ଫୋଟ ଛାଡ଼ିଦେଇ କ୍ୟାମ୍ପସ ଭିତରେ ଥିବା ଘରେ,ଶିକ୍ଷକ ଶିକ୍ଷୟତ୍ରୀ ବିଶ୍ରାମ ନେଇଁ ପାରିବେ କି ସ୍କୁଲ ସମୟରେ ତାହା ବର୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ବାଚୀ।..ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି କହିଛନ୍ତି କି ବିଦ୍ୟାଳୟ ସମୟରେ ଯିଏ ବି ବିନା କାରଣ ରେ ଅନୁପସ୍ଥିତ ଥିବ ତାଙ୍କ ବିରୋଧ ରେ ପ୍ରମାଣ ଆସିଲେ ନିଶ୍ଚୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।
ବର୍ତ୍ତମାନ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କ କଥା ରେ ମଧ୍ୟ ବିଶ୍ୱାସ ରହୁନଥିବା ବେଳେ ବିଦ୍ୟାଳୟ ସମୟରେ  ବିଦ୍ୟାଳୟ ଛାଡି ଅନୁପସ୍ଥିତ ରହିଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ତା ଉପରେ ବର୍ତ୍ତମାନ ସମସ୍ତ ଙ୍କ ନଜର.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ