Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ଅନୁଷ୍ଠାନ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଲକ୍ଷ୍ମୀପୁର ୨୧/୦୬ ..
ଲକ୍ଷ୍ମୀପୁର ପଞ୍ଚାୟତ ସମିତି ତରଫରୁ ଆଜି ସ୍ଥାନୀୟ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ପଡିଆ ରେ ଏଗାରତମ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି। ଡ.ଦେବେଶ କୁମାର ବେହେରା, ଦେବାନନ୍ଦ ଚଣ୍ଡୀ ଓ ନବ ଘନ ରାଉତ ଯୋଗ ପ୍ରଶିକ୍ଷକ ଭାବେ ଯୋଗ ଦେଇ ସୂର୍ଯ୍ୟ ନମସ୍କାର,ତ୍ରିକୋଣାସନ,
ଚକ୍ରାସନ,ଭୁଜଙ୍ଗାସନ,ମଣ୍ଡୁକାସନ, ବଜ୍ରାସନ,ଅଣ୍ଟା ସଞ୍ଚାଳନ, ଆଣ୍ଠୁ ସଞ୍ଚାଳନ, ତାଡ଼ାସନ, ବୃକ୍ଷାସନ, ପାଦହସ୍ତାସନ, ଅର୍ଦ୍ଧ ଉତ୍ତାନ ମଣ୍ଡୁକାସନ, ଶଶକାସନ, ପବନମୁକ୍ତାସନ ,କପାଳଭାରତି, ଅନୁଲୋମ ବିଲୋମ, ଭ୍ରାମରି ଓ ଶୀତଳୀ ଭଳି ଯୋଗର ପ୍ରଶିକ୍ଷଣ ଦେଇଥିଲେ। ଲକ୍ଷ୍ମୀପୁର ପୋଲିସ ବିଭାଗ,ରାଜସ୍ୱ ବିଭାଗ, ଶିକ୍ଷା ବିଭାଗ, ବିଦୟାଳୟର ଛାତ୍ର ଛାତ୍ରୀ,ସ୍କିଲ ଡେଭଲପମେଣ୍ଟ ଛାତ୍ର ଛାତ୍ରୀ,ସ୍କାଉଟ ଟିମ ଓ
ଜେଆରସି ଟିମ ସମେତ ବିଭିନ୍ନ ସଂଗଠନର କର୍ମଚାରି ମାନେ ଯୋଗ ଦେଇଥିଲେ।ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଓ ଜିପିଇଓ ସୁଧୀର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟ ଓ ଲକ୍ଷ୍ମୀପୁର ଡିଗ୍ରୀ ମହାବିଦ୍ୟାଳୟର  ଯୁବ ରେଡକ୍ରସ ୟୁନିଟ୍ ଓ ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ  ଯୁକ୍ତ ଦୁଇ ଅଧ୍ୟକ୍ଷ  ଗିରିଜା କୁମାର ଚୌଧୁରୀଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଚୌଧୁରୀ ଯୋଗର ଉପକାରିତା ବିଷୟରେ ବର୍ଣ୍ଣନା କରି ନିୟମିତ ଯୋଗ କରି ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ। ଆଜିର ଏହି ଶିବିରରେ ସ୍ଥାନୀୟ ଯୋଗ ଗୁରୁ ତଥା ଲୋକପ୍ରିୟ ଭେଷଜ ଚିକିତ୍ସକ ଡକ୍ଟର ଦେବେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ସମସ୍ତଙ୍କୁ ଯୋଗ ବିଜ୍ଞାନର ବିଭିନ୍ନ ପ୍ରକାର ପଦ୍ଧତି ପ୍ରଶିକ୍ଷଣ ପ୍ରଦାନ କରିବା ସହ ଯୋଗ ପ୍ରତିଦିନ କରିବାକୁ କହିଥିଲେ। ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା ଓ ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧୀକାରୀ ଦୁର୍ଯ୍ଯୋଧନ ସାହୁ ଓ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପିକା ଶ୍ରୀମତୀ ସନ୍ତୋଷିନୀ ଦାସ  ଙ୍କ ସମେତ କଲେଜ ର କର୍ମଚାରୀ ଉପସ୍ଥିତ ରହିଥିଲେ।
ସେହିପରି ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗପ୍ରମୁଖ ଗୋପୀନାଥ ମହାପାତ୍ର ଶିଶୁ ମାନଙ୍କୁ ବିଭିନ୍ନ ପ୍ରକାରର ଆସନ, ଯୋଗ ଓ ପ୍ରାଣାୟାମର ଅଭ୍ୟାସ କରାଇଥିଲେ। ସମସ୍ତ ଗୁରୁଜୀ ଗୁରୁମା ଓ ମାଉସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ