ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ:ଯୋଗ ହିଁ ଜୀବନ


ସମ୍ବଲପୁର: ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଅଷ୍ଟମ ସପ୍ତାହ ର ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ।ଔନପଚାରିକ ଭାବେ ଆଜି ପିଲାଙ୍କୁ ମୌଳିକ ଇଂରାଜୀ ଶିକ୍ଷାଦାନ ପରେ ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ଦୈନନ୍ଦିନୀ ଜୀବନ ରେ ଯୋଗ “ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଯୋଗଗୁରୁ ଡାକ୍ତର ଜୟଦେବ ମେହେର ଓ ତାଙ୍କ ସାଥୀ ମାନେ ପିଲାଙ୍କୁ ଯୋଗ ର ବିଭିନ୍ନ ମୁଦ୍ରା କୁ ଆଭାସ କରାଇ ତାର ଉପଯୋଗିତା ଉପରେ ବୁଝେଇଥିଲେ।
ଦ୍ଵିତୀୟ ଅଧିବେଶନ ରେ ସମ୍ବଲପୁର ଆଇ,ଆଇ,ଏମ ର ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଦଳଗତ ଆଲୋଚନା ମାଧ୍ୟମରେ ପିଲାଙ୍କୁ ବିଭିନ୍ନ ପ୍ରକଳ୍ପ ତିଆରି ଓ ଆବଶ୍ୟତତା ଉପରେ ଆଲୋଚନା କରିଥିଲେ।ପ୍ର, ସେବକ ତ୍ରିପାଠୀ ଆଜିର ଦଆଜିର କାର୍ୟ୍ୟକ୍ରମ କୁପରିଚାଳନା କରିଥିବା ବେଳେ ପ୍ରୋ, ଅଦିତ୍ୟ ପ୍ରସାଦ ପାଢ଼ୀ, ରଘୁନାଥ ମିଶ୍ର,ପୃଥ୍ୱୀରାଜ ମିଶ୍ର,ଅର୍ଜୁନ ପଣ୍ଡା ଓ ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ୧୮ ଟି ବିଦ୍ୟାଳୟ ରୁ ୫୮ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।