Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲି ଚୋରା ଚାଲାଣ ବେଳେ ଚାରୋଟି ହାଇୱା ଜବତ କଲା ଖଣି ବିଭାଗ….ଅଧିକାରୀ ନଥିବାରୁ ହୋଇପାରିଲାନି ମୁଲଚାଲ !

ଲକ୍ଷ୍ମୀପୁର ୨୧/୦୬ ….
ରାୟଗଡାରୁ ଲକ୍ଷ୍ମୀପୁର ଆସୁଥିବା ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ  ଜିଲ୍ଲା ଖଣି ବିଭାଗ ଲକ୍ଷ୍ମୀପୁର ପୋଲିସ ରେ ସହାୟତା ରେ ଚଢ଼ାଉ କରି ଚାରୋଟି ହାଇୱା ଗାଡିକୁ ଜବତ କରିଛି ।ବିଶେଷ ସୂତ୍ରରୁ ଖବର ପାଇ ଖଣି ବିଭାଗ କର୍ମଚାରୀ  ଶୁକ୍ରବାର ରାତ୍ର ରେ ରାୟଗଡା ରୁ ଆସୁଥିବା ଗାଡି ଗୁଡିକ କୁ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ବିନା ରୟାଲଟି ରେ ରାୟଗଡା ରୁ ବାଲି ଆଣି ଲକ୍ଷ୍ମୀପୁର ରେ ବିଭିନ୍ନ ଠିକା କମ୍ପାନୀ କୁ ଯୋଗାଉ ଥିବା ଚାରୋଟି ହାଇୱା ଗାଡି କୁ ଜବତ କରି ଥାନା ରେ ଆଣି ରଖାଯାଇଛି, ସମସ୍ତ ଗାଡିର ଆବଶ୍ୟକ ପରିମାଣର କାଗଜ ପତ୍ର ନଥିବାରୁ ଲକ୍ଷାଧିକ ଟଙ୍କା ଜୋରିମାନା ପଡିପାରେ ବୋଲି ଆକଳନ କରାଯାଇଛି। ପ୍ରକାଶ ଥାଉକି ରାୟଗଡା ଜିଲ୍ଲାରୁ ଦୈନିକ ଲକ୍ଷ୍ମୀପୁର ଅଞ୍ଚଳକୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡୁଛି।ଲକ୍ଷ୍ମୀପୁର ଏକ ମାଇନ୍ସ ଅଞ୍ଚଳ ଓ ସୀମାନ୍ତ ଟିକିରି କୁ ଲାଗି ଦୁଇଦୁଈ ଟି କାରଖାନା ହଉଥିବା କାରଣରୁ ବିଭିନ୍ନ କାର୍ଯ୍ୟ ସକାଶେ ବାଲି ର ବ୍ୟବହାର କରା ଯାଉଛି, ଲକ୍ଷ୍ମୀପୁର ବ୍ଲକ ରେ ବାଲି ରେ ଉତ୍ସ ନଥିବା ବେଳେ ଜିଲ୍ଲା ଓ ଜିଲ୍ଲା ବାହାରୁ ବାଲି ଆସିଥାଏ, ଆଗରୁ ତହସିଲ ବିଭାଗ ପକ୍ଷରୁ ଏହି ଦାୟିତ୍ୱ ରେ ରହିଥିଲେ, ବର୍ତ୍ତମାନ ଖଣି ବିଭାଗ ଏହି ଦାୟିତ୍ୱ ବୁଝୁଥିଲେ ସୁଧା ଲକ୍ଷ୍ମୀପୁର ଅଞ୍ଚଳ ରେ କେହି ଖଣି ଅଧିକାରୀ ରହୁନଥିବା କାରଣରୁ ରାତାରାତି ବାଲି ଚୋରା ଚାଲାଣ ହଉଛି।ଏନେଇ ଜିଲ୍ଲା ଖଣି ଅଧିକାରୀ  କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ସମସ୍ତ ଗାଡ଼ି ପୁରୁଣା ରୟାଲିଟି ରସିଦ ରେ ରାୟଗଡା ରୁ ଲକ୍ଷ୍ମୀପୁର କୁ  ବାଲି ଆଣୁଥିବା ସମୟରେ ଧରା ପଡ଼ିଥିବା କହିଥିବା ବେଳେ ଅଧିକ କିଛି ସୂଚନା ପ୍ରଦାନ କରି ନଥିଲେ। ଅନ୍ୟ ପକ୍ଷ ରେ ଖଣି ବିଭାଗ ରେ କେହି ଅଧିକାରୀ ନଥିବାରୁ କିଛି ମୁଲ ଚାଲ ହୋଇ ପାରିଲା ନାହିଁ, ଜୟପୁର ହିଁ ଯିବାକୁ ପଡିବ ବୋଲି ଥାନା ସମ୍ମୁଖରେ ଆଲୋଚନା ଓ ଚର୍ଚ୍ଚା ହଉଥିବା ଶୁଣିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ