Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି…ବର୍ଷା ସତ୍ୱେ ୪୨ ଟି ଅଭିଯୋଗ ପହଁଚିଲା…

ଲଷ୍ମୀପୁର ୨୩/୦୬ .
ଲକ୍ଷ୍ମୀପୁର  ପଞ୍ଚାୟତ ସମିତି ସଭାଗୃହ ଠାରେ  କୋରାପୁଟ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଭି.କୀର୍ତିଭାସନ ଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଉପସ୍ଥିତ ରହି ସମୁଦାୟ ୪୨ଟି ଅଭିଯୋଗ ଗ୍ରହଣ କରିଥିଲେ।ଅଭିଯୋଗ ମଧ୍ୟରେ ମଧ୍ୟରେ ୨୫ ଟି ଗୋଷ୍ଠୀଗତ ଓ ୧୭ ଟି ବ୍ୟକ୍ତିଗତ  ଅଭିଯୋଗ ପହଂଚି ଥିଲା ।ସମସ୍ତ ଅଭିଯୋଗ ଗୁଡିକ କୁ ଅନଲାଇନ ରେ ପଞ୍ଜିକରଣ କରାଯାଇ ସମ୍ପୃକ୍ତ ବିଭାଗ ରେ ଅଧିକାରୀ ଙ୍କ ନିକଟକୁ କାର୍ଯ୍ୟନୁଷ୍ଠାନ ସକାଶେ ପହଞ୍ଚାଇ ଦିଆ ଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ।ବିଶେଷ କରି ଶିକ୍ଷା,ରାସ୍ତା,ସ୍ୱାସ୍ଥ୍ୟ,ଶିଶୁ କଲ୍ୟାଣ, ଅବକାରୀ, ଅଡିବନ୍ଧ,ଚାଷ,ବିଜୁଳି ଓ ପାନୀୟ ଜଳ ସମସ୍ୟା ଉପରେ ଅଭିଯୋଗ ହୋଇଥିଲା।ଗତ ଛ ମାସ ତଳେ ପଞ୍ଚଡା ଗାଁ ର ଥାପି ମିସ୍ତ୍ରୀ ବସନ୍ତ ସମରଲିଆ ନାମକ ବ୍ୟକ୍ତି ଛାତ ପକାଉ ଥିବା ସମୟରେ ବିଦ୍ୟୁତ ସମ୍ପର୍ଶ ରେ ଆସି ଗୁରୁତ୍ୱ ର ଆହତ ହୋଇଥିବା ବେଳେ ପରବର୍ତୀ ମୁହୂର୍ତ୍ତ ରେ ତାଙ୍କ ରେ ଦୁଇଟି ହାତ କଟା ଯାଇଥିଲା, ଅଭିଯୋଗ ଶୁଣାଣି ରେ ସମରଲିଆ ପହଂଚି ୩୫ ଶହ ଟଙ୍କା ଭତ୍ତା ପାଇଁ ଗୁହାରି କରିଥିଲେ, ଜିଲ୍ଲାପାଳ ତୁରନ୍ତ ଆସନ୍ତା ମାସଠାରୁ ତାଙ୍କୁ ୩୫ ଶହ ଭତ୍ତା ପ୍ରଦାନ କରିବା ସକାଶେ ପ୍ରକାଶ କରିଥିଲେ।ଅଭିଯୋଗ ଶୁଣାଣି ରେ ପ୍ରବେସନାଲ  ଆଇଏଏସ୍ ସନ୍ତୋଷ କୁମାର ପାତ୍ର,ଉପ ଜିଲ୍ଲାପାଳ ପ୍ରେମଲାଲ୍ ହିଆଲ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରବି ନାରାୟଣ ମିଶ୍ର,ଜିଲ୍ଲା ଉନ୍ନୟନ ଅଧିକାରୀ ବେଣୁଧର ଶବର,ବିଡ଼ିଓ ମିଲନ କୁମାର ଝାଙ୍କର,ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା ଓ ଉପାଧ୍ୟକ୍ଷା ଆରତୀ କୁଲଦୀପ,ତହସିଲଦାର ନୈବେଦ୍ୟ ଭୋଇ,ଏ.ଇ ଏମ. ପବନ କୁମାର୍ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପ୍ରାୟ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସମେତ ବ୍ଲକର ସମସ୍ତ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ।ଶିବିର ଶେଷରେ ପାଞ୍ଚଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପଞ୍ଚାୟତ ସଙ୍ଘ ତରଫରୁ ପାଞ୍ଚ ଲକ୍ଷ ଟଙ୍କା ରେ ସିଆଇଏଫ ଋଣ ପ୍ରଦାନ କରାଯାଇଥିଲା।ଲକ୍ଷ୍ମୀପୁର ଜିପିଓ ସୁଧୀର ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ