Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘର ବାରଣ୍ଡା ରେ ପଶିଗଲା କାର…ବର୍ତ୍ତିଗଲେ ଡ୍ରାଇଭର ସମେତ ୩ଜଣ…ଲକ୍ଷ୍ମୀପୁର ୨୪/୦୬ .

ଲକ୍ଷ୍ମୀପୁର ୨୪/୦୬ .
ବ୍ରହ୍ମପୁର ଠାରୁ ଜୟପୁର ଅଭିମୁଖେ ଯାଉଥିବା
ଓଡି ୦୭ଏଏକ୍ସ-୬୬୨୮ ନମ୍ବର ଥିବା ଏକ ଧଳା ରଙ୍ଗର କାର ରେ ତିନିଜଣ ବ୍ୟକ୍ତି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। କାର ଟି ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିବା ବେଳେ କାର ରେ ଥିବା ଚାଳକ ଙ୍କ ସମେତ ଅନ୍ୟ ଦୁଇଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣା ପଡିଛି। ଘଟଣାଟି କାକିରିଗୁମା ଥାନା ଅନ୍ତର୍ଗତ ଆମ୍ବଳିଆମ୍ବ ଗୁଡା ଗ୍ରାମଠାରେ ଘଟିଛି। କେଉଁ ପରିସ୍ଥିତି ରେ ଏତେ ଓସାରିଆ ରାସ୍ତା ରେ ଦୁର୍ଘଟଣା ହେଲା ତାହା ଜଣା ପଡ଼ିନଥିଲେ ମଧ୍ୟ ଅସାବଧାନତା ଓ ଦ୍ରୁତ ଗତି ସହ ନିୟନ୍ତ୍ରଣ ହରାଇବା କାରଣରୁ ଦୁର୍ଘଟଣା ହୋଇଥିବା ପୋଲିସ ଅନୁମାନ କରିଛି। କାର ଟି ଜଣ ଙ୍କ ଘର ର ବାରଣ୍ଡା ରେ ପସି ଅନ୍ୟ ଜଣ ଙ୍କ ଘର ରେ କାନ୍ଥ କୁ ଲାଗିକି ରହି ଯାଇଥିଲା ।କାକିରିଗୁମା ପୋଲିସ ପହଂଚି ଆହତ ମାନଙ୍କୁ ଚିକିତ୍ସା ସକାଶେ କୋରାପୁଟ ପଠାଇଥିଲା। ସେହିପରି ନିରାଣୀଗୁଡା ନିକଟସ୍ତ ୩୨୬ ନମ୍ବର ଜାତୀୟ ରାଜପଥ ରେ ଇଲେକ୍ଟ୍ରି ସାମାନ୍ ଧରି କଟକ ରୁ ଜୟପୁର ଯାଉଥିବା ଏକ କଣ୍ଟେନର ଗାଡି ବ୍ରେକ ଫେଲ ହେବା କାରଣରୁ ଘାଟିରୁ ବେକ ହୋଇଯାଇ ଓଲଟି ପଡ଼ିଥିଲା। କଣ୍ଟେନର ରେ ଲକ୍ଷା ଧିକ ଟଙ୍କା ରେ ବିଦ୍ୟୁତ ଉପକରଣ ରହିଥିବା ବେଳେ ଧାନ ଚାଷ ହୋଇଥିବା ଜମି ଉପରେ ପଡିରହିଥିଲା।କଣ୍ଟେନର ରେ ଡ୍ରାଇଭର ଓ ହେଲ୍ପର ସୁରକ୍ଷିତ ରହିଥିବା ଜଣା ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ