Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଙ୍ଗନବାଡି କେନ୍ଦ୍ରରୁ ଲୁଟିନେଲେ ଏଲଇଡ଼ି..ଲକ୍ଷ୍ମୀପୁର ରେ ସିରିଏଲ ଚୋରୀ, ଟେର ପାଉନି ପୋଲିସ…

ଲକ୍ଷ୍ମୀପୁର ୨୪/୦୬  ..ଲକ୍ଷ୍ମୀପୁର ତଳ ଦୋରା ସାହି ନିକଟରେ ଥିବା ୪ ନମ୍ବର ଅଙ୍ଗନବାଡି କେନ୍ଦ୍ର ର ତାଲା ଭାଙ୍ଗି ଏଲଇଡି ଟିଭି ଚୋରୀ ହୋଇଯାଇଥିବା ନେଇଁ ଥାନାରେ ଅଭିଯୋଗ ହୋଇଛି। ମଙ୍ଗଳ ବାର ସକାଳେ ସମ୍ପୂକ୍ତ ଅଙ୍ଗନବାଡି ସେଣ୍ଟର ଦେଇ ଯାଉଥିବା ଲୋକେ ଅଙ୍ଗନ ବାଡ଼ି କେନ୍ଦ୍ର ରେ ତାଲା ଭଙ୍ଗା ଯାଇ ଥିବା ଦେଖି ଦାୟିତ୍ୱରେ ଥିବା କର୍ମୀ ରୀନା ଖୋସଲା ଙ୍କୁ ଜଣାଇଥିଲେ। ଖବର ଶୁଣି ଅଙ୍ଗନବାଡି କର୍ମୀ ଜଣକ ଆସି ସେଣ୍ଟର ଭିତରୁ ଯାଇ ଦେଖିବା ପରେ ଭିତରେ ଥିବା ଏଲଇଡ଼ି ଟିଭି ଚୋରି ହୋଇଥିବା ଜାଣିବାକୁ ପାଇ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ରାଜ୍ୟ ସରକାର ସଖୀ ଅଙ୍ଗନବାଡି ସେଣ୍ଟର ଗୁଡିକରେ ଏଲଇଡି ଟିଭି ପ୍ରଦାନ କରିଛନ୍ତି, ଯେଉଁ ଏଲ ଇଡି ଦ୍ୱାରା ଛୋଟ ଛୋଟ ପିଲା ମାନେ ମନୋରଞ୍ଜନ ହୋଇପାରିବେ, କିନ୍ତୁ ଦୁର୍ବୁତ୍ତ ମାନେ ସେ ଗୁଡିକ କୁ ମଧ୍ୟ ଚୋରୀ କରି ନେଇଁ ଯାଉଥିବା ଆଲୋଚ୍ୟ ରେ ବିଷୟ ହୋଇଛି।
ଗତ ଦୁଇ ମାସ ତଳେ ପୂର୍ତ୍ତ ବିଭାଗର ଜଣେ ରାତ୍ର ଜଗୁଆଳିଙ୍କ ଘରେ ଏଲଇଡ଼ି ଟିଭି ଶହ କିଛି ସାମଗ୍ରୀ ଚୋରି ହୋଇଥିବା ବେଳେ ଗତ ମାସରେ ସାମ୍ବାଦିକ ଯୁଧିଷ୍ଠିର ବାଘ ଙ୍କ ଘରୁ ଦିନ ଦିପହର ରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା। ଏହି ଦୁଇଟି ଘଟଣାରେ ପୋଲିସ କାହାକୁ ଗିରଫ କରିବାରେ ସକ୍ଷମ ହୋଇନଥିବା ବେଳେ ପୋଲିସ ରେ ହାତ ଖାଲି ପଡିଛି। ସୋମବାର ରାତି ପୁଣି ଏକ ଚୋରି ପୋଲିସ ର ମୁଣ୍ଡ ବ୍ୟଥାକୁ ଆହୁରି ବଢ଼ାଇ ଦେଇଛି ବଢ଼ି ।ଲକ୍ଷ୍ମୀପୁର ଅଞ୍ଚଳରେ ପୋଲିସ ର ପେଟ୍ରୋଲିଙ୍ଗ ସତ୍ୱେ ଚୋରି କେମିତି ବୃଦ୍ଧି ପାଉଛି ତାହାକୁ ନେଇଁ ଉଠିଛି ଅନେକ ପ୍ରଶ୍ନ।
ବର୍ତମାନ ଲକ୍ଷ୍ମୀପୁର ଥାନାରେ ଆବଶ୍ୟକ ପରିମାଣର ପୋଲିସ କର୍ମୀ ନଥିବା ଓ ଖଣି ପରିବହନ ଅଞ୍ଚଳ ରେ ସୁରକ୍ଷା ଦୃଷ୍ଠି ରୁ ପୋଲିସ ଅଧିକ ସଜାଗ ରହିବା କାରଣ ରୁ ଗାଁ ଭିତରେ ଚୋର ଙ୍କୁ ଚୋରୀ କରିବାରେ ସୁଯୋଗ ହଉଥିବା ଆଲୋଚନା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ