Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ବାଲି ଚୋରା ଚାଲାଣ ଘଟଣା… ଚାରୋଟି ହାଇୱା କୁ ୧୨ ଲକ୍ଷ ଜରିମାନା କଲା ଖଣି ବିଭାଗ…

ଲକ୍ଷ୍ମୀପୁର ୨୪/୦୬ ..ରାୟଗଡା ଜିଲ୍ଲା ରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ଗତ ତିନି ଦିନ ତଳେ   ଜିଲ୍ଲା ଖଣି ବିଭାଗ ଲକ୍ଷ୍ମୀପୁର ପୋଲିସ ର ସହାୟତା ରେ ଚଢ଼ାଉ କରି ଚାରୋଟି ହାଇୱା ଗାଡିକୁ ଜବତ କରିଥିଲା । ଯାଞ୍ଚ ସମୟରେ ବିନା ରୟାଲଟି ରେ ରାୟଗଡା ରୁ ବାଲି ଆଣି ଲକ୍ଷ୍ମୀପୁର ରେ ବିଭିନ୍ନ ଠିକା କମ୍ପାନୀ କୁ ଯୋଗାଉ ଥିବା ଜଣାପଡିଥିଲା। ଚାରୋଟି ହାଇୱା   ର ସମସ୍ତ କାଗଜ ପତ୍ର  ଯାଞ୍ଚ କରିବା ପରେ ରୟାଲଟି ନଥିବା ଖଣି ବିଭାଗ ଜାଣିବାକୁ ପାଇବା ପରେ  ୧୨ ଲକ୍ଷ ୧୬ ହଜାର ଟଙ୍କା ଜରିମାନା କରାଯାଇଥିଲା। ମଙ୍ଗଳବାର ଗାଡି ମାଲିକ ମାନେ ଟଙ୍କା ପୈଠ କରିବା ପରେ ଥାନାରୁ ଗାଡି ଗୁଡିକ ଛଡା ଯାଇଥିବା ଜିଲ୍ଲା ଖଣି ଅଧିକାରୀ  କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ ପ୍ରକାଶ କରିଛନ୍ତି। ଆଗକୁ ମଧ୍ୟ ଏପରି ଚଢାଉ ଜାରି ରହିବ ବୋଲି ସେ କହିଛନ୍ତି।ଜରିମାନା ଦେଇଥିବା ହାଇୱା ଗାଡ଼ି ଗୁଡିକ ପୁରୁଣା ରୟାଲଟି ରସିଦ ରେ ରାୟଗଡା ରୁ ଲକ୍ଷ୍ମୀପୁର କୁ  ବାଲି ଆଣୁଥିବା ସମୟରେ ଧରା ପଡ଼ିଥିଲେ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ