Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମ ଉର୍ନ୍ନୟନ ବିଭାଗର ବିଭିର୍ଣ୍ଣ ପ୍ରକଳ୍ପ ବିଭାଗୀୟ ମନ୍ତ୍ରୀ ଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର l

ଅସ୍ତରଙ୍ଗ ଓ କାକଟପୁର ବ୍ଲକ ର ବିଭିର୍ଣ୍ଣ ପ୍ରକଳ୍ପ ଭିତ୍ତି ପ୍ରସ୍ଥର,, l ଅସ୍ତରଙ୍ଗ,, କାକଟପୁର ନିର୍ବାଚନ ମଣ୍ଡଳୀ ଗସ୍ତ ଅବ ସରରେ,ରାଜ୍ୟ ସରକାର ଙ୍କ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, କାକଟପୁର ନିର୍ବାଚନ ମଣ୍ଡଳୀ ମଧ୍ୟରେ ରହିଥିବା କାକଟପୁର ଏବଂ ଅସ୍ତରଙ୍ଗ ବ୍ଲକ ର ମୋଟ ଚାରି ଗୋଟି ରାସ୍ତା ଓ ଗୋଟିଏ ସେତୁ ର ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି | ସେଥି ମଧ୍ୟ ରୁ କାକଟପୁର ପାଟସୁନ୍ଦର ପୁର ରାସ୍ତା 7 କୋଟି ରହି ଥିବା ବେଳେ, ମାଳଦା ଠାରୁ ଆଙ୍କୁଅ 4 କୋଟି, ଇନ୍ଦିରା ବଜ଼ାର ଠାରୁ କନ୍ତି ମଳା 3 କୋଟି, ଓଥକା ଠାରୁ ବାଙ୍ଗୁରି ଗାଁ 3କୋଟି ରହି ଅଛି ,, ସେହି ପରି ବାଙ୍ଗୁରି ଗାଁ ଠାରୁ ଅସ୍ତରଙ୍ଗ ବ୍ଲକ ର ସିରେଇ ରାସ୍ତା ରେ ପ୍ରାଚୀ ନଦୀ ଉପରେ ସୁ ଉଚ୍ଚ ସେତୁ ନିର୍ମାଣ ହେଵା ପାଇଁ ତେଇସି କୋଟି ବ୍ୟୟ ବରାଦ କରାଯାଇ ମୋଟ ରାସ୍ତା ଓ ସେତୁ ମିଶି ରାଜ୍ୟ ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ପାଞ୍ଚଟି ପ୍ରକଳ୍ପ ର ବେୟ ଅଟକଳ ମୂଲ୍ୟ ମୋଟ 40 କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଅଟକଳ ରଖିଛି | ଆଜିର ଏହି କାର୍ଯକ୍ରମ ରେ ମନ୍ତ୍ରୀ ଙ୍କ ସହିତ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ନିମାପଡା ର ପୂର୍ବତନ ବିଧାୟକ ବାଇଧର ମଳିକ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା,ଆରତୀ ନାଏକ, ସଂସଦ ପ୍ରତିନିଧି ଦିବାକର ଛାଟୋଇ, ଅସ୍ତରଙ୍ଗ ବ୍ଲକ ବିଡ଼ିଓ ସସ୍ମିତା ବେହେରା, ଗ୍ରାମ ଉର୍ନ୍ନୟନ ବିଭାଗ ର,ନିମାପଡା ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ଦଳାଇ,କାକଟପୁର ନିର୍ବାହୀ ଯନ୍ତ୍ରୀ ତ୍ରିଲୋଚନ ପାତ୍ର, ଅସ୍ତରଙ୍ଗ ର କନିଷ୍ଟ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ତାଡ଼ ଓ ନରେନ୍ଦ୍ର କୁମାର ପଢିଆରି ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ଅନେକ ବିଜେପି କର୍ମୀ ସାମିଲ ହୋଇ ରାଜ୍ୟ ସରକାର ଙ୍କ ବିଭିର୍ନ ଲୋକାଭିମୁଖୀ ଯୋଜନାର ଶୁଭ ଦଘାଟନ ରେ ସାମିଲ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ