ବିଦୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧା ଙ୍କ ମୃତ୍ୟୁ l


ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ମାଣ୍ଡୁକି ପଞ୍ଚୟତ ର ମାଣ୍ଡୁକି ଗ୍ରାମରେ ଘଟିଛି ଏକ ଅଘଟଣ l ସେହି ଗ୍ରାମର ଲାବଣ୍ୟ କାଣ୍ଡି ବୋଲି ଜଣେ ବୃଦ୍ଧା ଗୁରୁବାର ଦିନ ରାତ୍ର ତିନି ଘଟିକା ସମୟରେ ନିକଟରେ ଶୋଇ ଥିବା ସ୍ୱାମୀ ଶିବ କାଣ୍ଡି ଙ୍କୁ ଡାକି ଥିଲେ, ବାହାରକୁ ପାଶ ଯିବା ପାଇଁ l ଦୁହେଁ ଉଠି ଆଗ ପଛ ହୋଇ ଯିବା ଭିତରେ, ଅଗଣାରେ ଛିଣ୍ଡି ପଡ଼ିଥିବା ବିଦୁତ ତାର ଟି ବୃଦ୍ଧା ଲାବ୍ୟଣ ଙ୍କ ଶରୀର ରେ ଲାଗିଥିଲା l ସ୍ୱାମୀ ଶିବ କାଣ୍ଡି ପଛରେ ଥାଇ ଦେଖିଲେ ଜେ, ଛିଣ୍ଡି ପଡ଼ିଥିବା ବିଦୁତ ତାରରେ ବୁଢ଼ୀ ଲାଗି ଛଟ ପଟ ହେଉଛି l ପୁଅ ବୋହୁ ଙ୍କୁ ଡାକି, ସେମାନେ ଉଠିଲା ଆସି ଦେଖିଲେ ଜେ, ତାଙ୍କ ମା ତାଙ୍କ ଆଖି ଆଗରେ ଜଳି ଯାଉଛି ଓ ତାଙ୍କର ଜୀବନ ସେହିଠାରେ ହିଁ ଚାଲି ଜାଇଥିଲା l ବିଦୁତ ବିଭାଗ କୌଣସି ସୂତ୍ରରୁ ଖବର ପାଇ କରେଣ୍ଟ କାଟିବା ପରେ, ବୃଦ୍ଧା ମହିଳା ଙ୍କୁ ଅସ୍ତରଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନିଆ ଯାଇ ଥିଲା l ହେଲେ ସେଠାରେ ଡ଼କ୍ଟର ମୃତ ଘୋଷଣା କରିବା ପରେ ଶବ ପଞ୍ଚନାମା ନିମନ୍ତେ ଚାରିଛକ ମେଡିକାଲ କୁ ପଠାଯାଇଥିଲା l ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରହିଛି l ଏହି ପରିବାର ଏକ ଗରିବ ହରିଜନ ପରିବାର ହୋଇ ଥିବାରୁ ତାଙ୍କୁ ବିଦୁତ ବିଭାଗ ତରଫରୁ ଅନୁକମ୍ପା ରାଶି ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି l