Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଆରା ଯାତରା:ବାର ବର୍ଷରେ ପିଲାଙ୍କ ରଥଯାତ୍ରା

ସମ୍ବଲପୁର:ରଥଯାତ୍ରା କୁ ନେଇ ବଢିଛି ଉତ୍ସାହ।ମନ୍ଦିର ଥାଉକି ନଥାଉ ଜଗତର ନାଥ ଜଗନ୍ନାଥ ପ୍ରଭୁ କିନ୍ତୁ ସବୁଠି ସବୁ ହୃଦୟରେ ବିଦାୟମାନ। ଏଭଳି ଏକ ବିରଳ ଉଦାହରଣ ଆଜି ସମ୍ବଲପୁର ସହରର କୁଲୁଥକାନୀରେ ଦେଖାଦେଇଥିବା ବେଳେ ଏଭଳି ଏକ ରହସ୍ୟମୟ ରଥଯାତ୍ରା ଧନୁପାଲି ଗୋବିନ୍ଦତୋଳାକୁ ଆଜି ଦିନରେ ଦେଖାଇଛି ନୂଆଁବାଟ।ବିଗତ ଅତୀତରେ ସୌରଭ ମହାପାତ୍ର ନାମକ ଜନୈକ କୈଶୋର ଦିନେ ଯେଉଁ ଛୋଟ ରଥ ଏକାକୀ ନିଜର କିଛି ସହଯୋଗୀ ମାନଙ୍କ ସହିତ କରି ପରମ୍ପରା ତିଆରି କରଥିଲେ, ସେହି ରଥଯାତ୍ରା ଆଜି ସମ୍ବଲପୁର ସହରରେ ଚର୍ଚ୍ଚା ସାଉଣ୍ଟୁଛି।
ସେହିଭଳି ଆଜିଦିନରେ କୁଳୁଥକାନିର ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଆୟୋଜିତ ରଥଯାତ୍ରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଛି। ୨୦୧୪ ମସିହାରେ ଛୋଟ ପିଲାମାନେ ରଥଯାତ୍ରା ଦିନ ପ୍ରଭୁ ଜଗନ୍ନାଥ ଭଲଭଦ୍ର ଏବଂ ସୁଭଦ୍ରାଙ୍କୁ ଛୋଟିଆ ରଥରେ ବସାଇ ସାହିରେ ରଥଯାତ୍ରା ଆରମ୍ଭ କରିଥିଲେ। ସେହି ଦିନଠୁଁ ପ୍ରତିବର୍ଷ ରଥଯାତ୍ରା ପରମ୍ପରାକୁ ପିଲାମାନେ ଆଗକୁ ଆଗକୁ ବଢ଼ାଇ ଚାଲିଛନ୍ତି। ଚଳିତ ବର୍ଷ ୧୨ ତମ ରେ ରଥଯାତ୍ରା ଆୟୋଜନ କରାଯାଇଛି। ଏହି ରଥଯାତ୍ରାରେ ସାଜସଜ୍ଜା ଠାରୁ ପୂଜାପାଠ ପର୍ଯ୍ୟନ୍ତ ସବୁକିଛି ପଡ଼ାର ପିଲାମାନେ କରିଥାଆନ୍ତି। ଏଥିରେ ରଥଯାତ୍ରାର ସମସ୍ତ ପରମ୍ପରା କୁ ପାଳନ କରାଯାଇଥାଏ।ଏପରିକି ପଡ଼ାର ଷୋହଳ ବର୍ଷିୟ ଶିବଶଙ୍କର ପଣ୍ଡା ସମସ୍ତ ପୂଜାନୀତି କରୁଥିବା ବେଲେ ଏଗାର ବର୍ଷର ଆୟାଂଶ ଯତି ଛେରାପହଁରା କରିଥିଲେ। ରଥଯାତ୍ରା ଆୟୋଜନ ରେ ପଡ଼ାର ପ୍ରତ୍ୟୁଷ କୁମାର ଭୋଇ, ଅନିରୁଦ୍ଧ ଦଲାଇ, ଆୟୁଷ ସ୍ବାଇଁ, ଆଦ୍ୟାଶା ଯତି, ପ୍ରେରଣା ମୟୀ ପାଢୀ, ପ୍ରୟାସ ରଞ୍ଜନ ପାଢ଼ୀ, ଶ୍ରୟାଂସୀ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ସତ କିନ୍ତୁ ଏହି ଯାତ୍ରା ପଛରେ ଅଞ୍ଚଳର ସମସ୍ତଙ୍କ ସମର୍ଥନ ରହିଛି। ଯାହାକୁ ନେଇ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ