Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ଲାଷ୍ଟିକ ବ୍ୟବହାରକୁ ରୋକିବା ଲାଗି ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନୂତନ ପ୍ରୟାସ

ଗୋପାଳପୁର: ନିରନ୍ତର ବିକାଶ ଏବଂ ନୂତନ ଓଡ଼ିଶାର ନିର୍ମାଣ ପାଇଁ, ପ୍ଲାଷ୍ଟିକ ର ବ୍ୟବହାରକୁ ରୋକିବା ସହ ପରିବେଶ ସନ୍ତୁଳନ ବଜାୟ ରଖିବା ଦିଗରେ, ଏକ କ୍ଷୁଦ୍ର ଧରଣର ଚଳଚ୍ଚିତ୍ର ମାଧ୍ୟମରେ ଗୋପାଳପୁର ବେଳାଭୂମିରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଲୋକଙ୍କୁ ସଚେତନ କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ପ୍ଲାଷ୍ଟିକ ର ବହୁଳ ବ୍ୟବହାରକୁ ରୋକିବା ସହ ଗୋପାଳପୁର ବେଳାଭୂମିର ସ୍ବଚ୍ଛତା, ପର୍ଯ୍ୟଟନ ବିକାଶ, ଅର୍ଥନୈତିକ ବିକାଶ କୁ ତ୍ଵରାନିତ କରିବାକୁ ଏହି ଫିଲ୍ମ ମାଧ୍ୟମରେ ଅନୁରୋଧ ର ବାର୍ତ୍ତା ଦେଇଛନ୍ତି।ଏହି ଚଳଚ୍ଚିତ୍ର ଟିର ନିର୍ଦ୍ଦେଶକ, ନିର୍ମାତା ଏବଂ ପ୍ରଯୋଜକ ଥିଲେ ସମାଜ ବିଜ୍ଞାନୀ, ମାନବାଧିକାର କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଏବଂ ଏହା ମେଘା ସାହୁଙ୍କ ମେଘା ଟିଭି ଦ୍ଵାରା ରିଲିଜ୍ କରାଯାଇଥିଲା। ଏଥିରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ବିଦ୍ୟାର୍ଥୀ ଶୁଭ୍ରଜ୍ୟୋତି ମହାନ୍ତି, ଉପ ନିର୍ଦ୍ଦେଶକ, ଉପ ପ୍ରଯୋଜକ ଥିଲେ ଲକ୍ଷ୍ମନୃସିଂହ ସାହୁ, ବି. ଜନାର୍ଦ୍ଦନ ରେଡ୍ଡୀ, କମଳ ପ୍ରଧାନ, ନାରାୟଣ ସାହୁ ପ୍ରମୁଖ କ୍ଷୁଦ୍ର ଚଳଚ୍ଚିତ୍ର ର କାହାଣୀ ଲେଖିଥିବା ବେଳେ, ଜଗନ, ପ୍ରଖ୍ୟାତି ପ୍ରମୁ କ୍ୟାମେରା ସୁଟିଂ ଏବଂ ଅନ୍ୟାନ୍ୟ କାର୍ଯ୍ୟ ତଦାରଖ କରିଥିଲେ । ଏହି ଚଳଚ୍ଚିତ୍ର କୁ ନିର୍ମାଣ କରିବାକୁ ବାର୍ତ୍ତା ଦେବା ସହ ଏହାର ବିଭିନ୍ନ ଦୃଷ୍ଟିକୋଣ ଉପରେ ଧ୍ୟାନ ଦେଇ ପରିବେଶ ସଚେତନତା କରିବା ଏବଂ ଆଗାମୀ ଯୁବ ପୀଢ଼ି ଙ୍କ ଲାଗି ପ୍ରାକୃତିକ ସମ୍ପଦ କୁ ରକ୍ଷା କରିବାକୁ ଆହ୍ବାନ ଦେଇଥିଲେ ଏବଂ ଏଥିରେ ସହାୟତାର ହାତ ବଢ଼ାଇଥିଲେ, ୧୭ ନମ୍ୱର୍ ୱାର୍ଡ କର୍ପୋରେଟର ଏବଂ ଯୋଗ ଶିକ୍ଷକ ଦୁର୍ଗା କୁମାର ଲାୟକ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ର ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ଇନଚର୍ଜ୍, ପଶୁପ୍ରେମୀ ଶୀତଲ ପୂର୍ଣ୍ଣିମା, ଏବଂ ସାମାଜିକ କର୍ମୀ ରୁପେସ ମହାପାତ୍ର ପ୍ରମୁଖ ସହଯୋଗ କରିଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।
ଏହି କ୍ଷୁଦ୍ର ଚଳଚ୍ଚିତ୍ର ଏକ ଯୁଗାନ୍ତକାରୀ ସଚେତନତାର ବାର୍ତ୍ତା ସମାଜକୁ ଦେବା ସହ, ଗଞ୍ଜାମ ଜିଲ୍ଲା କୁ ପ୍ଲାଷ୍ଟିକ ମୁକ୍ତ କରିବା, ପର୍ଯ୍ୟଟନର ବିକାଶ ସହ ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ବିକାଶ ଆଣିବାରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ, ବରିଷ୍ଠ ଅଧିକାରୀ ମାନଙ୍କ ସହାୟତାରେ ଏହା ସାରା ରାଜ୍ୟରେ ପ୍ଲାଷ୍ଟିକ ମୁକ୍ତ ନେ ସଚେତନତା ସୃଷ୍ଟି କରିବା ସହ ଏକ ସୁନ୍ଦର, ସବୁଜ ଏବଂ ସ୍ଥାୟୀ ବିକାଶ ର ସମାଜ ଗଠନ ହେବ ଯାହା ୨୦୩୬ ନୂତନ ଓଡ଼ିଶାର ନିର୍ମାଣ ଲାଗି ସହାୟକ ହେବ ଏବଂ ଆଗାମୀ ଯୁବ ପୀଢ଼ି ଙ୍କୁ ଅଧିକରୁ ଅଧିକ ସତର୍କ ଏବଂ ସଜାଗ କରାଇ ପାରିବ ବୋଲି ଦୃଢ ବିଶ୍ବାସ ରଖିଛନ୍ତି ରବୀନ୍ଦ୍ର ମିଶ୍ର ଏବଂ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଟିମ୍। କେବଳ ସରକାରଙ୍କ ପକ୍ଷରୁ ଉଚିତ୍ କାର୍ଯ୍ୟାନୁଷ୍ଠାନ ଏବଂ ନିୟମାବଳୀ ଲାଗୁ କରାଯାଉ ଏବଂ ଏଥିରେ ସରକାରଙ୍କୁ ସେମାନେ ସାହାର୍ଯ୍ୟର ହାତ ବଢାଇବେ ବୋଲି କହିଛନ୍ତି ରବିନ୍ଦ୍ର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories